ବ୍ରହ୍ମପୁର: ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ସୁତାକଳ ଛକ ପାଖରେ ଆଶୁତୋଷ ଲେଙ୍କା(୧୨) ସାଇକେଲ ଚଲାଉଥିବା ବେଳେ ଅସାବଧାନତା ଯୋଗୁ ପୋଖରୀ ଭିତରକୁ ଚାଲି ଯାଇଥିଲେ । ଆଖପାଖରେ ଥିବା ଲୋକମାନେ ତୁରନ୍ତ ତାଙ୍କୁ ଯାଇ ଉଦ୍ଧାର କରିବା ସହିତ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ନେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଆଶୁତୋଷ ହେଉଛନ୍ତି ଖାରିଆର ପୂର୍ବତନ ସରପଞ୍ଚ ଅରବିନ୍ଦ ଲେଙ୍କାଙ୍କ ଏକମାତ୍ର ପୁଅ। ଏହି ଘଟଣା ପ୍ରଚାରିତ ହେବାପରେ ଆସିକା ବିଜେଡି ତଥା ଆଖପାଖ ଅଞ୍ଚଳର ବହୁ ରାଜନେତା ତାଙ୍କ ଘରେ ପହଞ୍ଚି ଶୋକ ପ୍ରକାଶ କରିଥିଲେ । ପ୍ରକାଶ ଥାଉକି କିଛି ବର୍ଷ ପୂର୍ବେ ଅରବିନ୍ଦଙ୍କ ଝିଅଙ୍କ ମଧ୍ୟ ଅକାଳ ବିୟୋଗ ହୋଇଥିଲା।
BREAKING NEWS
- ପୁରୀରେ ଆମ ବସ୍ ଧକ୍କାରେ ମହିଳା ଆହତ, ତାତିଲେ ଲୋକେ
- Congress: ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ: ଭକ୍ତ ଦାସ
- Leopard Skin: କଲରାପତରିଆ ବାଘ ଛାଲ ଡିଲ୍ ବେଳେ ୩ ଜଣଙ୍କୁ ଗିରଫ କଲା ବନବିଭାଗ
- US Exit WHO: ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, WHO ରୁ ଓହରିଗଲା ଆମେରିକା!
- India Post Revenue: ପ୍ରଥମ ତିନି ଚଉଠରେ ଭାରତୀୟ ଡାକର ଲାଭ ୮.୨ ପ୍ରତିଶତ ବୃଦ୍ଧି
- ୨୪ରୁ ରାଜ୍ୟବ୍ୟାପୀ ଘରୋଇ ବସ୍ ଧର୍ମଘଟ ଡାକରା ବଳବତ୍ତର
- ଟ୍ରମ୍ପଙ୍କୁ ଖୁସି କରିବାକୁ ଯାଇ ରାଜନୈତିକ ବିବାଦରେ ଫସିଲା ପାକିସ୍ତାନ, BoP କୁ ନେଇ ହଙ୍ଗାମା
- ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ବାଂଲାଦେଶ କ୍ରିକେଟର ଆତ୍ମଘାତୀ ପଦକ୍ଷେପ
- UP To Blackout: ଆଜି ସନ୍ଧ୍ୟା ୬ଟାରେ ପୁରା ଅନ୍ଧାର ହୋଇଯିବ ଉତ୍ତର ପ୍ରଦେଶ, ଏମିତି କ’ଣ କରିବାକୁ ଯାଉଛନ୍ତି ଯୋଗୀ ସରକାର?
Comments are closed.