Latest Odisha News

BREAKING NEWS

ଫୁଟବଲ୍ ଖେଳୁଥିବା ବେଳେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ

ସୁନ୍ଦରଗଡ଼: ଖେଳ ପଡ଼ିଆରେ ଫୁଟବଲ୍ ଖେଳୁଥିବା ଚାଲିଗଲା ପ୍ରାଣ । ରବିବାର ଅପରାହ୍ଣରେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବଣେଇଲତା ଗାଁରେ ଅଭାବନୀୟ ଘଟଣା ଘଟିଛି । ଫୁଟବଲ୍ ଖେଳ ବେଳେ ହୋଇଥିବା ବ୍ରଜପାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଅପରାହ୍ଣରେ ଖେଳୁଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା । ସଙ୍ଗେ ସଙ୍ଗେ ଗ୍ରାମବାସୀ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି । ଗୁରୁତର ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.