Latest Odisha News

BREAKING NEWS

ମାଆଙ୍କ ପାଇଁ ଛତା ନେଇ ଯାଇଥିଲେ ନାବାଳକ…ବଜ୍ରାଘାତରେ ଚାଲିଗଲା ଜୀବନ

ଭଦ୍ରକ: ବଜ୍ରାଘାତରେ ଚାଲିଗଲା ନାବାଳକର ଜୀବନ। ୧୦ ବର୍ଷର ନାବାଳକ ନିଜ ମାଆଙ୍କୁ ଗୁହାଳ ଘରୁ ଆଣିବାକୁ ଛତା ନେଇ ଯାଇଥିଲେ। ଆଉ ଛତା ନେଇ ଗୁହାଳରେ ପହଞ୍ଚିବା ପୂର୍ବରୁ ବଜ୍ରାଘାତରେ ଚାଲିଗଲା ନାବାଳକର ଜୀବନ। ଏହି ଅଘଟଣ ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧି ବନ୍ଧଗାଁ ପଞ୍ଚାୟତ ସାମଲ ସାହିରେ ।

ଖବରମୁତାବକ, ରବିବାର ସନ୍ଧ୍ୟାରେ କାଳବୈଶାଖୀ ସମୟରେ ଗାଁର ସୁବାସ ସାହୁଙ୍କ ପତ୍ନୀ ପୁଷ୍ପଲତା ଘର ସମ୍ମୁଖ ଗୁହାଳ ଘରକୁ ଯାଇଥିଲେ । ହଠାତ ବର୍ଷା ହେବାରୁ ସେ ଫେରି ପାରିନଥଲେ । ମାଆ ପୁଷ୍ପଲତାଙ୍କୁ ଆଣିବାକୁ ଯାଉଥିଲେ ପୁଅ ,ଏହି ସମୟରେ ବିଜୁଳି ମାରିବାରୁ ଗୁରୁତର ଆହତ ହୋଇଥିଲେ । ରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Comments are closed.