Latest Odisha News

BREAKING NEWS

କଟକ ଗଣ ଦୁଷ୍କର୍ମ ଘଟଣା; ଅଭିଯୁକ୍ତ ଗିରଫ

କଟକ: କଟକରେ ଜଣେ ନାବାଳିକା କୁ ଦୀର୍ଘ ୨୨ ଦିନ ଧରି ଚଳିଥିବା ଦୁଷ୍କର୍ମ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

ବର୍ତ୍ତମାନ ସୁଦ୍ଧା ଜଣେ ଅଭିଯୁକ୍ତକୁ ଚାଉଳିଆଗଞ୍ଜ ଥାନା ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତକୁ ଖୋଜା ଚାଲିଛି । ଖୁବ୍‌ଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କଟକ ଡିସିପି ପ୍ରତୀକ ଗୀତା ସିଂହ କହିଛନ୍ତି।

ପ୍ରାପ୍ତ ସୂଚନୁସାରେ, କଟକ ସ୍ଥିତ ଏକ ଫାର୍ମରେ ଦୀର୍ଘ ୨୨ ଦିନ ଧରି ଏକ ନାବାଳିକାକୁ ଦୁଷ୍କର୍ମ ହେଉଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ଦୁଷ୍କର୍ମକାରୀ ମାନେ ଦୁଷ୍କର୍ମ ସମୟରେ ଭିଡ଼ିଓ ମଧ୍ୟ ଉତ୍ତୋଳନ କରିଥିବା ଅଭିଯୋଗ ଆଣିଛି ଚାଇଲଡ଼ ହେଲ୍ପ ଲାଇନ।

ତେବେ ଚାଇଲଡ଼ ହେଲ୍ପ ଲାଇନ ର ଅଭିଯୋଗ ମୁତାବକ ନାବାଳିକାଟିକୁ ଦୀର୍ଘ ୨୨ ଦିନ ଧରି ଦୁଷ୍କର୍ମ ହୋଇଛି। ତେବେ ଚାଉଳିଆଗଞ୍ଜ ଥାନା ପୋଲିସ ସହାୟତାରେ ଚାଇଲଡ଼ ହେଲ୍ପ ଲାଇନ ଉକ୍ତ ନାବାଳିକା ଜଣଙ୍କୁ ଉଦ୍ଧାର କରିଥିଲା।

Comments are closed.