Latest Odisha News

BREAKING NEWS

ଚଳନ୍ତା ବସରେ ନାବାଳିକାଙ୍କୁ ଦୁଷ୍କର୍ମ, ବଡ ବାପା ନାଁରେ ଅଭିଯୋଗ

ଯାଜପୁର: ବସ୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ୧୦ମ ଶ୍ରେଣୀରେ ପାଠ ପଢ଼ୁଥିବା ନାବାଳିକାଙ୍କୁ ଅସୁସ୍ଥ ମାଆକୁ ମେଡ଼ିକାଲରେ ଦେଖା କରାଇବାକୁ କହି ସମ୍ପର୍କୀୟ ବଡ଼ବାପା ଦୟାନିଧି ଜେନା ବସ୍ ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯାଜପୁର ଦଶରଥପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା ।

ସୂଚନା ଅନୁସାରେ, ଅଭିଯୁକ୍ତ ଦୟାନିଧି ନାବାଳିକାଙ୍କୁ ରାସ୍ତାରେ ଅଟକାଇ ତାଙ୍କ ମାଆ ଅସୁସ୍ଥ ଥିବା ଏବଂ ସେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିବା କହିବା ସହିତ ତୁରନ୍ତ ତାଙ୍କ ସାଙ୍ଗରେ ଭଦ୍ରକ ଯିବାକୁ କହି ନେଇଯାଇଥିଲା । ଦୟାନିଧି ଭଦ୍ରକ ଯିବା ରାସ୍ତାରେ ଆଖଣ୍ଡଳମଣୀ ଛକ ନିକଟରେ ନିଜ ବାଇକକୁ ରଖି ସେଠାରୁ ଭଦ୍ରକ ଯାଉଥିବା ଏକ ବସରେ ନାବାଳିକାଙ୍କୁ ସାଙ୍ଗରେ ଧରି ପଳାଇ ଯାଇଥିଲା । ହଠାତ୍ ଏକ ଅଜଣା ସ୍ଥାନରେ ବସରୁ ଓହ୍ଲାଇ ନାବାଳିକାଙ୍କୁ ଏକ ନିକାଞ୍ଚନ ସ୍ଥାନକୁ ନେଇ ବିଭିନ୍ନ ପ୍ରକାର ଧମକ ଚମକ ଦେବା ସହିତ ବଳପୂର୍ବକ ଦୁଷ୍କର୍ମ କରିଥଲା ଅଭିଯୁକ୍ତ ।

ପରେ ସେହିଦିନ ରାତିରେ ନାବାଳିକାଙ୍କୁ କୋଲକାତା ଯାଉଥିବା ଏକ ବସରେ ନେଇ ବସ୍ ଭିତରେ ପୁନର୍ବାର ଦୁଷ୍କର୍ମ କରିଥିଲା ରାକ୍ଷାସ ବଡବାପା । ଏହା ପରେ ନାବାଳିକାକୁ ଆଣି ଭଦ୍ରକରେ ଛାଡିଦେଇ ସେଠାରୁ ଫେରାର ହୋଇଯାଇଥିଲା । ଏ ନେଇ ନାବାଳିକା ପରିବାର ପକ୍ଷରୁ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଦଶରଥପୁର ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ସେପଟେ ପୋଲିସ ନାବାଳିକାଙ୍କ ବୟାନ ରେକର୍ଡ କରିବା ସହ ତାଙ୍କର ଡାକ୍ତରୀ ମଇନା କରାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.