Latest Odisha News

BREAKING NEWS

ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଦୁଇ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ରାଜ୍ୟପାଳଙ୍କ ପ୍ରମୁଖ ସଚିତ ଥିବା ମଧୁସୂଦନ ପାଢ଼ୀଙ୍କୁ ଲ୍ୟାଣ୍ଡ ରେକର୍ଡସ ଆଣ୍ଡ ସେଟେଲମେଂଟର କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ମଧୁସୂଦନ ପାଢ଼ୀ ୧୯୯୧ ବ୍ୟାଚ୍‌ର ଆଇଏଏସ୍ ଆଫିସର ।
ସେହିପରି ପ୍ରମୋଦ ମେହେର୍ଦ୍ଦାଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ମିଳିଛି । ସେ ଏବେ ପରିବହନ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ୧୯୯୭ ବ୍ୟାଚ୍‌ର ବରିଷ୍ଟ ଆଇଏଏସ୍ ଅଫିସର ଡକ୍ଟର ପ୍ରମୋଦ ମେହେର୍ଦ୍ଦା ରାଜ୍ୟାପାଳଙ୍କ ପ୍ରମୁଖ ସଚବ ଏବଂ ପରିବହନ ସଚିବ ଭାବେ ୨ଟି ଯାକ ଦାୟିତ୍ୱ ତୁଲାଇବେ ।

Leave A Reply

Your email address will not be published.