Latest Odisha News

BREAKING NEWS

ସ୍ୱର୍ଣ୍ଣ ସହ ୱେଟଲିଫ୍ଟର ମୀରାବାଈ ଚାନୁଙ୍କ ସଫଳ ପ୍ରତ୍ୟାବର୍ତନ

ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ୱେଟଲିଫ୍ଟର ମୀରାବାଈ ଚାନୁ ଦୀର୍ଘ ଦିନ ପରେ ସଫଳତାର ସହ ପ୍ରତ୍ୟାବର୍ତନ କରିଛନ୍ତି । ୨୦୧୮ ପରଠାରୁ ସେ କୌଣସି ଆର୍ନ୍ତଜାତୀୟ ମୁକାବିଲାକୁ ଓହ୍ଲାଇ ନ ଥିଲେ । ଚଳିତ ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପରେ ସେ ୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ମୀରାବାଇ ଓଭରାଲ ୧୯୩ (୮୪, ୧୦୯)କେଜି ଭାର ଉଠାଇଥିଲେ । ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପରେ ସେ ସ୍ନାଚ, କ୍ଲିନ ଆଣ୍ଡ ଜର୍କ ଓ ଓଭରାଲରେ ରେକର୍ଡ କରିଛନ୍ତି । ଆଘାତ ସମସ୍ୟା ଯୋଗୁ ସେ ଆନ୍ତର୍ଜାତୀୟ ମୁକାବିଲାଠାରୁ ଦୂରେଇ ରହିଥିଲେ ।

ମାଲେସିଆର ଇରେନ ହେନେରୀ ୧୬୧ କେଜି( ୭୩, ୮୮) ଓ ୱେଲ୍ସର ନିକୋଲ ରୋବର୍ଟ ୧୫୦ କିଗ୍ରା (୭୦, ୮୦) ସହ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ପ୍ରଥମରୁ ଚାନୁଙ୍କ ପ୍ରଦର୍ଶନ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଥିଲା । ପରେ ସେ କିନ୍ତୁ ଆକର୍ଷଣୀୟ ପ୍ରଦର୍ଶନ କରି ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଥିଲେ ।

Comments are closed.