ନୂଆଦିଲ୍ଲୀ: ରାତି ପାହିଲେ ଉଦଘାଟନ ହେବ ନୂଆ ସଂସଦ ଭବନ । ଏହି ନୂଆ ସଂସଦ ଭବନକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଠାରେ ରହିବ ସବୁ ରାଜ୍ୟ ପ୍ରତୀକ । ସମଗ୍ର ଦେଶର କଳା ସଂସ୍କୃତି ଓ ବିଶେଷତ୍ୱ ଏହି ସଂସଦ ଭବନରେ ଦେଖିବାକୁ ମିଳିବ ।
ମହାରାଷ୍ଟ୍ର ନାଗପୁରର ଶାଗୁଆନ କାଠ, ଉତ୍ତରପ୍ରଦେଶ ମିର୍ଜାପୁରର କାର୍ପେଟ, ତ୍ରିପୁାରାର ବାଉଁଠ ପ୍ଲୋରିଂ, ରାଜସ୍ଥାନର ପଥର କାରୁକାର୍ଯ୍ୟର ନିଦର୍ଶନ ସବୁ ଦେଖିବାକୁ ମିଳିବ ନୂଆ ସଂସଦ ଭବନରେ । ବିଭିନ୍ନତା ମଧ୍ୟରେ ଏକତାର ଝଲକ ଦେଖାଇବ । ଗୋଟିଏ ଭାରତ ଶ୍ରେଷ୍ଠ ଭାରତର ନଦର୍ଶନ ହେବ ଏହି ନୂଆ ସଂସଦ ଭବନ ।
ନୂଆ ସଂସଦ ଭବନରେ କେଉଁ ରାଜ୍ୟର କେଉଁ ଜିନିଷ ସ୍ଥାନ ପାଇବ ଆସନ୍ତୁ ଜାଣିବା
-ରାଜସ୍ଥାନ ସର୍ମାଥୁରାର ନାଲି ଓ ଧଳା ସାଣ୍ଡ ଷ୍ଟୋନ
-ରାଜସ୍ଥାନ ଉଦୟପୁରର କେସରିଆ ଗ୍ରୀନ ଷ୍ଟୋନ, ଆଜମେରର ନାଲି ଗ୍ରାନାଇଟ, ଅମ୍ବାଜୀର ଧଳା ମାର୍ବଲ
-ମହାରାଷ୍ଟ୍ର ନାଗପୁରର ଚନ୍ଦନ କାଠ
-ମୁମ୍ବାଇର ଫର୍ଣ୍ଣିଚର
-ଲୋକସଭା ଓ ରାଜ୍ୟସଭା ଚାମ୍ବରରେ ଫଲ୍ସ ସିଲିଂ ପାଇଁ ଲାଗିଥିବା ଷ୍ଟିଲ ଷ୍ଟ୍ରକ୍ଚର ଡାମନ ଡିଉର
– ମୁମ୍ବାଇର କାର୍ପେଟ
-ରାଜସ୍ଥନା ଏବଂ ଉତ୍ତରପ୍ରଦେଶ ନଇଡାର ପଥର ଜାଲି
– ମହାରାଷ୍ଟ୍ର ଔରଙ୍ଗାବାଦ ଏବଂ ରାଜସ୍ଥାନ ଜୟପୁରରୁ ଆସିଥିବା ସମାଗ୍ରୀରେ ଅଶୋକ ସ୍ତମ୍ଭ
– ଲୋକସଭା ଓ ରାଜ୍ୟସଭା ଚାମ୍ବରରେ ୱାଲରେ ଲାଗିଥିବା ଅଶୋକ ଚକ୍ର ଓ ବାହାର କାମ ପାଇଁ ମଧ୍ୟପ୍ରଦେଶ ଇନ୍ଦୋରରୁ ଆସିଥିବା ସମଗ୍ରୀ ବ୍ୟବହାର କରାଯାଇଛି
-ରାଜସ୍ଥାନର କୋଟପୁତୁଲି, ଉଦୟପୁର ଆବୁ ରୋଡରୁ ଆସିଥିବା କାରିଗରମାନେ ପଥର ଖୋଦେଇ କାମ କରିଛନ୍ତି
-ଏଥିରେ ବ୍ୟବହୃତ ହୋଇଥିବା ବାଲ ହରିଆଣାର ଚରଖିଦାଦ୍ରିରୁ ନିଆ ଯାଇଛି
-କୋଠାରେ ବ୍ୟବହୃତ ହୋଇଥିବା ପାଉଁଶ ଇଟା ହରିଆଣା ଓ ଉତ୍ତର ପ୍ରଦେଶରୁ ଆସିଛି । ଗୁଜରାଟର ବ୍ରାସ କାମ ଏଠାରେ ଲାଗିଛି
Comments are closed.