Latest Odisha News

ମୃତ ଶିଶୁକନ୍ୟାକୁ ମେଡିକାଲ୍‌ରେ ଛାଡ଼ି ଦୁର୍ବୃତ୍ତ ଚମ୍ପଟ୍‌

କୋରାପୁଟ: ମୃତ ଶିଶୁକନ୍ୟାକୁ ମେଡିକାଲ୍‌ରେ ଛାଡ଼ି ଚମ୍ପଟ୍‌ ମାରିଲେ ଦୁର୍ବୃତ୍ତ। ବାଇକରେ ଆଣି ସୁନାବେଡ଼ା ମେଡିକାଲ୍‌ରେ ଶିଶୁକନ୍ୟାକୁ ଛାଡ଼ି ଚାଲିଗଲେ ଦୁର୍ବୃତ୍ତ। ସୂଚନା ପାଇ ସୁନାବେଡ଼ା ମେଡ଼ିକାଲରେ ପହଞ୍ଚିଲେ ସୁନାବେଡ଼ା ଏସ୍‌ଡିପିଓ । ଘଟଣାର ତନାଘନା ଆରମ୍ଭ ହୋଇଥିବା ବେଳେ କିଏ କେଉଁଥିପାଇଁ ଏପରି ଅମାନବୀୟ କାର୍ଯ୍ୟ କଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନି। ତେବେ ଆଖପାଖର ସିସିଟିଭି ଯାଞ୍ଚ କରି ଦୁର୍ବୃତ୍ତକୁ ଚିହ୍ନଟ ପାଇଁ ପୋଲିସର ଉଦ୍ୟମ ଜାରି ରଖିଛି।

ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ କେହି ଦୁର୍ବୃତ୍ତ ଜଣେ ମୃତ ଶିଶୁକନ୍ୟାକୁ ବାଇକରେ ଆଣି ସୁନାବେଡ଼ା ମେଡ଼ିକାଲରେ ଛାଡ଼ି ଚାଲିଯାଇଥିଲେ। ଏସବୁ ଦେଖି ଲୋକେ ଉକ୍ତ ଦୁର୍ବୃତ୍ତଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ଯ ସେମାନେ ଫେରାର ହୋଇଯାଇଥିଲେ। ଏନେଇ ସଙ୍ଗେ ସଙ୍ଗେ ସୁନାବେଡ଼ା ଏସଡିପିଓଙ୍କୁ ଖବର ଦିଆଯାଇଥିଲା। ଖବର ପାଇ ଘଟଣାର ସ୍ଥଳରେ ପହଞ୍ଚିଥିଲେ ସୁନାବେଡ଼ା ଏସଡିପିଓ। ତେବେ କିଏ ଏବଂ କାହିଁକି ଏପରି କାଣ୍ଡ ଘଟାଇଛି ତାହା ଏଯାବତ୍ ଜଣା ପଡିନଥିବା ବେଳେ ମେଡିକାଲ ଆଖପାଖର ସିସିଟିଭି ଯାଞ୍ଚ କରି ତଦନ୍ତ କରାଯାଉଛି।

Leave A Reply

Your email address will not be published.