ଫୁଲବାଣୀ: ଗଞ୍ଜେଇ କାରବାର ନେଇ ଶତ୍ରୁତାରୁ ଘର ଉପରେ ବୋମାମାଡ଼ । ଏଭଳି ଅଭିଯୋଗ ଆସିଛି ଫୁଲବାଣୀରୁ । ଟାଉନ ଥାନା ଅନ୍ତର୍ଗତ ପିଅନପଡ଼ାର ଟିଟୁନ ସାହୁଙ୍କ ଘର ଉପରେ କିଛି ଦୁର୍ବୃତ୍ତ ବୋମା ଫିଙ୍ଗିଥିଲେ ।
ଦୁଇଟି ବାଇକରେ ଚାରି ଜଣ ଦୁର୍ବୃତ୍ତ ଆସି ଟିଟୁନଙ୍କ ଘରେ ଉପରେ ବୋମାମାଡ଼ କରି ଫେରାର ହୋଇଯାଇଥିଲେ । ତାଙ୍କ ଘରର ଆଜବେଷ୍ଟସ ଭାଙ୍ଗି ଯାଇଛି । କିନ୍ତୁ ଘରେ ଥିବା କୌଣସି ସଦସ୍ୟଙ୍କର କିଛି କ୍ଷତି ହୋଇ ନାହିଁ । ଏହି ଘଟଣା ପରେ ସମସ୍ତେ ଭୟଭୀତ ଥିଲେ ।
ଏନେଇ ଟିଟୁନଙ୍କ ପରିବାର ଲୋକ ଫୁଲବାଣୀ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଖୋଳତାଡ ଚଳାଇଛି ।
Comments are closed.