Latest Odisha News

ବ୍ୟବସାୟୀଙ୍କ ଅଳଙ୍କାର ଭର୍ତ୍ତି ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର: ବ୍ୟବସାୟୀଙ୍କ ଅଳଙ୍କାର ଭର୍ତ୍ତି ବ୍ୟାଗ ଲୁଟିନେଲେ ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ଚମାଖଣ୍ଟି ଥାନା ନରେନ୍ଦ୍ରପୁର ଛକରେ ଘଟିଛି ଏହି ଲୁଟି ଘଟଣା। ଲୁଟ୍‌ ସୁନା ଓ ରୁପା ଅଳଙ୍କାର ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ବାଇକ ରଖି ଜଳଖିଆ ଖାଉଥିବା ବେଳେ ଲୁଟ୍‌ର ଶିକାର ହେଲେ ବ୍ୟବସାୟୀ।

ଗଞ୍ଜାମ ଜିଲ୍ଲା ଚମଖଣ୍ଡି ଥାନା ନରେନ୍ଦ୍ରପୁର ଛକ ନିକଟରେ ଗତକାଲି ସଂଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ଦୁଇ ଜଣ ଯୁବକ ବାଇକରେ ଆସି ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ୧୫ କେଜି ରୂପା ଓ ୧୫୦ ଗ୍ରାମ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଗହଣା ବ୍ୟବସାୟୀ ବ୍ୟବସାୟ ସାରି ଘରକୁ ଫେରୁଥିବା ବେଳେ ଲୁଟର ଶିକାର ହୋଇଛଥିବା କୁହାଯାଉଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.