Latest Odisha News

BREAKING NEWS

ଏଟିଏମ ଭାଙ୍ଗି ୧୨ ଲକ୍ଷ ଟଙ୍କା ଲୁଟ୍

ବ୍ରହ୍ମପୁର: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଟିଏମ୍ କିଓସ୍କରୁ ୧୨ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କେଶପୁର ଛକରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଟିଏମ୍ରୁ ସୋମବାର ରାତିରେ ଲୁଟ୍ ହୋଇଥିବା ନେଇ ଖଲ୍ଲିକୋଟ ଥାନାରେ ପିଏନବି ଅଧିକାରୀମାନେ ମଙ୍ଗଳବାର ଅଭିଯୋଗ କରିଛନ୍ତି।

ଦୁର୍ବୃତ୍ତମାନେ ଏଟିଏମ୍ କିଓସ୍କରେ ଲାଗିଥିବା ସିସିଟିଭି କ୍ୟାମେରାକୁ କଳା ରଙ୍ଗରେ ସ୍ପ୍ରେ କରି ସିସିଟିଭିର ହାର୍ଡଡିସ୍କ ନେଇଯାଇଛନ୍ତି। ସେମାନେ ଗ୍ୟାସ କଟର ସାହାଯ୍ୟରେ ଏଟିଏମ୍ ମେସିନ୍ କାଟି ସେଥିରେ ଥିବା ୧୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ।

ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେମାନେ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଚିହ୍ନଟ କରିଥିବା ପୁଲିସ କହିଛି।

Comments are closed.