Latest Odisha News

BREAKING NEWS

ବନ୍ଧୁକ ମୁନରେ ମହିଳା ଡିଏସପିଙ୍କ ଠାରୁ ଲୁଟ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ରବିବାର ସକାଳ ସମୟରେ ଦୁଇ ଦୁବୃର୍ତ୍ତ ଜଣେ ମହିଳା ପୋଲିସ କର୍ମଚାରୀଙ୍କ ଠାରୁ ସୁନା ଚେନ୍ ଲୁଟି ନେଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ, ମହିଳା ଡିଏସପି (ଭିଜିଲାନ୍ସ) ତନୁଜା ମହାନ୍ତି ୟୁନିଟ୍‌-୩ ସ୍ଥିତ ଘର ସମ୍ମୁଖରେ ଛିଡା ହୋଇଥିବା ବେଳେ ଏଭଳି ଅଘଟଣା ଘଟିଛି । ସେହି ସମୟରେ ଏକ ବାଇକରେ ଦୁଇ ଜଣ ଆସି ହଠାତ୍ ବନ୍ଧୁକ ଦେଖାଇ ତାଙ୍କ ଠାରୁ ସୁନା ଚେନ୍‌, କାନ ଫୁଲ, ଚୁଡି ଆଦି ଲୁଟି ନେଇ ଫେରାର ହୋଇ ଯାଇଥିଲେ ।

ପରେ ଏନେଇ ପୋଲିସ ଅଧିକାରୀ ଜଣକ ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି । ତେବେ ସମ୍ପୃକ୍ତ ଅପରାଧି ମାନଙ୍କୁ ଧରିବା ପାଇଁ ପୋଲିସ ଛାନଭିନ୍ନ ଆରମ୍ଭ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

Comments are closed.