Latest Odisha News

BREAKING NEWS

ପାତାଳୀ ଶ୍ରୀକ୍ଷେତ୍ର ମନ୍ଦିରରେ ଚୋରି, ହୁଣ୍ଡି କାଟି ନେଇଗଲେ ଲୁଟେରା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ପାତାଳୀ ଶ୍ରୀକ୍ଷେତ୍ର ହୁଣ୍ଡିର ତାଲା କାଟି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ଘଟଣା ଘଟିଛି । ପୋଲିସ ତଦନ୍ତ ଆରମ୍ଭ କରିଛି । ଜଗନ୍ନାଥ ମନ୍ଦିରର ତାଲା କାଟି ହୁଣ୍ଡି ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଯାଇଛନ୍ତି ଦୁର୍ବୃତ୍ତ l

ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କୋଟସମଲାଇ ସ୍ଥିତ ଜଗନ୍ନାଥଙ୍କ ଅନନ୍ୟ ଲୀଳା କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର ମନ୍ଦିର ହୁଣ୍ଡିରୁ ତାଲା କାଟି ଚୋରି । ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ମନ୍ଦିର ଆଗରେ ଥିବା ହୁଣ୍ଡିର ତାଲା ଭାଙ୍ଗି ସେଥିରେ ଥିବା ଟଙ୍କା ଲୁଟି ନେଇଥିବା ଜଣାପଡିଛି । ଆଜି ସକାଳୁ ସକାଳୁ ପୂଜକ ମନ୍ଦିର ଖୋଲିବା ସମୟରେ ଏହା ଜାଣିବାକୁ ପାଇଥିଲେ । ଏନେଇ ସେ ମନ୍ଦିର ପରିଚାଳନା କମିଟିକୁ ଖବର ଦେଇଥିଲେ । କମିଟି ପକ୍ଷରୁ ଏନେଇ ବୀରମହାରାଜପୁର ପୋଲିସକୁ ସୂଚନା ଦିଆଯାଇଥିଲା । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ସହ ପରିଚାଳନା କମିଟିର ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି । ହୁଣ୍ଡିକୁ ଭାଙ୍ଗି କିଛି ଦୂରରେ ପକାଇ ଦେଇଥିବା ଦେଖିବାକୁ ମିଳିଛି । ତେବେ ହୁଣ୍ଡିରେ କେତେ ଟଙ୍କା ଥିଲା ତାହା ସ୍ପଷ୍ଟ ଭାବେ ଜଣା ପଡ଼ି ନାହିଁ l

ସୂଚନାଯୋଗ୍ୟ ଯେ, ଗତ କିଛି ମାସ ତଳେ ସମାନ ଢଙ୍ଗରେ ଏହି ମନ୍ଦିରରୁ ଚୋରୀ ହୋଇଥିଲେ ହେଁ ପୋଲିସ କାହାକୁ ଗିରଫ କରିବାରେ ସମର୍ଥ ହୋଇ ନଥିଲା l ବାରମ୍ବାର ଏଭଳି ଘଟଣା ସତ୍ବେ ପୋଲିସ ପ୍ରଶାସନ ଗୁରୁତ୍ବ ଦେଉ ନଥିବା ସାଧାରଣ ରେ ଅଭିଯୋଗ ହେଉଛି l

Comments are closed.