Latest Odisha News

BREAKING NEWS

ରାଉରକେଲାରେ ଦୁର୍ବୃତ୍ତଙ୍କ ସିରିଜ୍ ଲୁଟ୍

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଉରକେଲାସ୍ଥିତ କୁଆଁରମୁଣ୍ଡା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପାଖାପାଖି ୪ଟି ଦୋକାନ ଲୁଟ୍ କରିଛନ୍ତି।

ମିଳିଥିବା ସୂଚନାନୁଯାୟୀ ଆଜି ସକାଳୁ କର୍ମଚାରୀମାନେ ଦୋକାନ ଖୋଲିବାକୁ ଆସିଥିବା ବେଳେ ଚୋରୀ ହୋଇଥିବା ନେଇ ଜଣାପଡିଥିଲା । ଉକ୍ତ ଦୁର୍ବୃତ୍ତମାନେ ଝାରବେଡା ସ୍ଥିତ ଗୋଟିଏ ଜନସେବା କେନ୍ଦ୍ରର ତାଲା ଭାଙ୍ଗି ପ୍ରାୟ ୨୫ ହଜାରରୁ ଅଧିକ ଟଙ୍କା, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ସହ ଆସବାବପତ୍ର ଲୁଟ୍ କରିଛନ୍ତି ।

ସେହିପରି ସ୍ଥାନୀୟ ଟାଙ୍ଗରାଇଁ ଠାରେ ପାଖାପାଖି ୩ଟି ଦୋକାନରୁ ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

ତେବେ ଅପରାଧିଙ୍କୁ ଧରିବା ଲାଗି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.