Latest Odisha News

BREAKING NEWS

OTPCL କ୍ୟାମ୍ପ୍ ଅଫିସରେ ୬ଟି ଜେସିବି ଜାଳି ଦେଲେ ଦୁର୍ବୃତ୍ତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ । ରାତିରେ ଅଁଳାବେରଡ଼ି OTPCL କ୍ୟାମ୍ପ୍ ଅଫିସ୍‌ ପରିସରରେ ଥିବା ୬ଟି ଜେସିବିକୁ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ ।

ଅଭିଯୋଗ ହୋଇଛି, ଗତକାଲି ରାତିରେ କିଛି ଦୁବୃର୍ତ୍ତ ପ୍ଲାଣ୍ଟ ପରିସରରେ ପଶି ଥିଲେ । ଠିଆ ହୋଇଥିବା ଜେସିବିରେ ନିଆଁ ଲଗାଇ ଦେଇଥିଲେ । ୬ଟି ଜେସିବି ସମ୍ପୂର୍ଣ୍ଣ ଜଳି ଯାଇଛି । କ୍ୟାମ୍ପରେ ପାଖାପାଖି ୧୧ଟି ଜେସିବି ଥିବା ସୂଚନା ମିଳିଛି ।

ଅଜଣା ଦୁର୍ବୃତ୍ତ ୬ଟି ଜେବିସି ଜାଳି ଦେଇଥିଲେ ବି କେହି କିଛି ସୁରାକ ପାଇ ନଥିଲେ । କିଏ ଓ କାହିଁକି ଏଭଳି କାମ କଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳି ନାହିଁ । ପୋଲିସ୍‌କୁ ଖବର ଦେବା ପରେ ଖୋଳତାଡ ଆରମ୍ଭ ହୋଇଛି ।

Leave A Reply

Your email address will not be published.