ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଅନୁଷ୍ଠିତ ମିସ ୟୁନିଭର୍ସ ପ୍ରତିଯୋଗିତାକୁ ନେଇ ଏକ ବଡ ବିବାଦ ମୁଣ୍ଡ ଟେକିଛି । ଆୟୋଜକମାନେ ଆବଶ୍ୟକ ନ ଥିବା ସତ୍ୱେ ୬ଜଣ ପ୍ରତିଯୋଗୀଙ୍କୁ ଏକ ବନ୍ଦ ଘରେ ଟପଲେସ ହେବାକୁ କହିଥିଲେ । ଏବେ ସମସ୍ତ ପୀଡିତା ଏକଜୁଟ ହୋଇ ପୋଲିସ ଓ ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି ନିକଟରେ ଅଭିଯୋଗ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ଗୋଟିଏ ରୁମରେ ୨୦ଜଣ ବ୍ୟକ୍ତିଙ୍କ ଉପସ୍ଥିିତିରେ ଏକକାଳୀନ ଟପଲେସ ହେବାକୁ କୁହାଯାଇଥିଲା । ଆୟୋଜକ ଫିଜିକାଲ ଏକଜାମିନିଶେନ ବାହାନ ଦର୍ଶାଇ ଏହି କାଣ୍ଡ ରଚିଥିଲା । ପ୍ରତିଯୋଗୀଙ୍କ ଫଟୋ ଏବଂ ଭିଡିଓ ମଧ୍ୟ ଉଠାଯାଇଥିଲା ।
ଏବେ ଏହି ଫଟୋଗ୍ରାଫ କେତେକ ମିଡିଆ ନିକଟରେ ପଂହଚିସାରିଛି । ପୋଲିସ ମଧ୍ୟ ସ୍ୱୀକାର କରିଛି ଯେ, ଏହି ଘଟଣାରେ କିଛି ପ୍ରମାଣ ସେମାନଙ୍କ ହସ୍ତଗତ ହୋଇଛି । ତଦନ୍ତ ପ୍ରକ୍ରିୟାକୁ ଏବେ ଜୋର କରାଯାଇଛି । ୨୯ ଜୁଲାଇରୁ ୩ ଅଗଷ୍ଟ ପର୍ଯ୍ୟନ୍ତ ବ୍ୟୁଟି ପିଜାଂଟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଉପରୋକ୍ତ ଘଟଣା ପ୍ରଚାର ହେବା ପରେ ମୁସଲିମ ବହୁଳ ଇଣ୍ଡୋନେସିଆରେ ରାଜନୈତିକ ଝଡ ସୃଷ୍ଟି ହୋଇଛି । ଆୟୋଜକଙ୍କ ପକ୍ଷରୁ ଏ ନେଇ କୌଣସି ବୟାନ ଆସି ନାହିଁ ।
Comments are closed.