Latest Odisha News

BREAKING NEWS

ଘୁଞ୍ଚିଲା ମିସ୍ ୱାର୍ଲ୍ଡ ୨୦୨୧ ଫାଇନାଲ୍; ୧୭ ଜଣ କରୋନା ପଜିଟିଭ

ନୂଆଦିଲ୍ଲୀ: ଘୁଞ୍ଚିଲା ମିସ୍ ୱାର୍ଲ୍ଡ ୨୦୨୧ର ଫାଇନାଲ୍ ରାଉଣ୍ଡ। ମିସ୍ ୱାର୍ଲ୍ଡ ୨୦୨୧କୁ ସାମୟିକ ଭାବରେ ସ୍ଥଗିତ ରଖାଯାଇଛି। ଡିସେମ୍ବର ୧୬ ରେ ପୁଏର୍ଟୋ ରିକୋରେ ଫାଇନାଲ୍ ଅନୁଷ୍ଠିତ ହେବାର ଥିଲା। ପ୍ରକାଶ ଥାଉକି, “ପ୍ରତିଯୋଗୀ, କର୍ମଚାରୀ, କ୍ରୁ ଏବଂ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଆୟୋଜକମାନଙ୍କୁ କାର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ପଡ଼ିଲା। ଆସନ୍ତା ୯୦ ଦିନ ମଧ୍ୟରେ ପୁଏର୍ଟୋ ରିକୋର ଜୋସ୍ ମିଗୁଏଲ୍ ଆଗ୍ରେଲଟ୍ କଲିଜିୟମରେ ଫାଇନାଲ୍ ପୁନଃସ୍ଥିର ହେବ।

ରିପୋର୍ଟ ଅନୁଯାୟୀ, ମିସ୍ ୱାର୍ଲ୍ଡ ୨୦୨୧ ପ୍ରତିଯୋଗୀ ତଥା କ୍ରୁସଦସ୍ୟଙ୍କ ସମେତ ୧୭ ଜଣ କୋଭିଡ୍-୧୯ ସଂକ୍ରମିତ ହୋଇଛନ୍ତି। ମିସ୍ ଇଣ୍ଡିଆ ୨୦୨୦ ମନସା ବାରାଣାସୀ, ଯିଏ ମିସ୍‌ ୱାର୍ଲଡ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି, ସେ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ଏହି ଖବର ଘୋଷଣା କରିବାକୁ ମିସ୍ ୱାର୍ଲ୍ଡ ସଂଗଠନ ଏକ ବିବୃତ୍ତି ଜାରି କରିଛି। ପ୍ରତିଯୋଗୀ, କର୍ମଚାରୀ, କ୍ରୁ ସଦସ୍ୟ ଏବଂ ସାଧାରଣ ଜନତାଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତା ଦୃଷ୍ଟିରୁ ମିସ୍ ୱାର୍ଲ୍ଡ ୨୦୨୧କୁ ସାମୟିକ ଭାବେ ଘୁଞ୍ଚାଇ ଦିଆଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.