Latest Odisha News

BREAKING NEWS

ଲକଡାଉନରେ ନିଅନ୍ତୁ କଟକର ଫେମସ୍ ଦହିବରା ଆଳୁଦମ୍ ମଜା, ଅନଲାଇରେ କରନ୍ତୁ ଅର୍ଡର

କଟକ: ଏବେ ରାଜ୍ୟରେ ଲକଡାଉନ୍ ଚାଲିଛି । ଉଠା ଦୋକାନୀଙ୍କ ପସରା ଆଉ ରାସ୍ତା କଡ଼ରେ ଦେଖିବାକୁ ମିଳୁନି । ଲକଡାଉନରେ ଦହିବରା ଆଲୁଦମଙ୍କୁ ଭାରି ମିସ୍ କରୁଛନ୍ତି କଟକିଆ । ଦୋକାନ ଆଗରେ ଠିଆ ହୋଇ ଦହିବରା ଆଲୁଦମ୍ ଖାଇବାର ମନା ଟିକେ ନିଆରା । ଯଦିଓ ଏହି ସୁବିଧା ଏବେ ନାହିଁ, କିନ୍ତୁ ଦହିବରା ଆଲୁଦମ୍ ଖାଇପାରିବେ । ଅନଲାଇନରେ ଅର୍ଡର କରି ଘରେ ମଜା ଉଠାଇ ପାରିବେ ।

ଜମାଟୋରେ ମଗାଇ କଟକର ଫେମସ୍ ଦହିବରା ଆଳୁଦମ୍ ଖାଇ ପାରିବେ । ଦେଉଳ ସାହି ଅନ୍ତର୍ଗତ ଧୋବା ସାହିର ଦହିବରା ଆଲୁଦମ୍ ଜୋକାନୀ ପ୍ରଦୀପ୍ତ କୁମାର ସାହୁ ଓରଫ୍ ବାବୁଲା ଅନଲାଇନ୍ ସୁବିଧା ଆରମ୍ଭ କରିଛନ୍ତି । ଜୋମାଟୋ ସହ ଚୁକ୍ତି କରିଛନ୍ତି ।

ପ୍ରଦୀପ୍ତ କହିଛନ୍ତି, କୋଭିଡ୍ ଯୋଗୁ ବର୍ଷେ ହେବ ବେପାର ମାନ୍ଦା । ଚଳିବାକୁ ଅସୁବିଧା ହେଉଛି । ଅନ୍ୟ ଉପାୟ ନପାଇ ଅନଲାଇନରେ ଦହିବରା ଆଲୁଦମ୍ ବେପାର ଆରମ୍ଭ କରିଛନ୍ତି । ମାସେ ହେବ ସେ ଅନଲାଇନରେ ଦହିବରା ଆଲୁଦମ୍ ବିକ୍ରି କରୁଛନ୍ତି । ଦିନକୁ ପାଖାପାଖି ୨୦୦ ପ୍ଲେଟ୍ ବିକ୍ରି କରୁଥିବା କହିଛନ୍ତି ପ୍ରଦୀପ୍ତ । ଫୁଲ୍ ପ୍ଲେଟ ଦହିବରା ଦାମ୍ ୫୦ ଟଙ୍କା ରଖିଛନ୍ତି ।

୧୯୮୮ ମସିହାରୁ କଟକରେ ବାବୁଲା ଦହିବରା ଆଲୁଦମ୍ ବିକ୍ରି କରୁଛନ୍ତି । ସେତେବେଳେ ତାଙ୍କୁ ୧୪ ବର୍ଷ ବୟସ ହୋଇଥିଲା । ୨୦୧୯ ମସିହାରେ ଦିଲ୍ଲୀରେ ଆୟୋଜିତ ଏକାଦଶ ନ୍ୟାସନାଲ୍ ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲରେ ବାବୁଲା ପ୍ରଥମ ପୁରସ୍କାର ଜିତିଥିଲେ । ତାପରେ ଚର୍ଚ୍ଚାକୁ ଆସିଥିଲେ ବାବୁଲା ଓ ତାଙ୍କ ଦହିବରା । ଏବେ କରୋନା ଓ ଲକଡାଉନ୍ ତାଙ୍କ ଭଳି ବ୍ୟବସାୟୀଙ୍କୁ ଅଣ୍ଟା ଭାଙ୍ଗି ଦେଇଛି । କଟକ ସେଲଟର ଛକରେ ରହିଛି ବାବୁଲାଙ୍କ ଦହିବରା ଆଲୁଦମ୍ ଦୋକାନ ।

Leave A Reply

Your email address will not be published.