Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ପିହୁ ନିଖୋଜର ସିବିଆଇ ତଦନ୍ତ ଦାବି କଲେ ମାଆ

ଯାଜପୁର: ପିହୁକୁ ଖୋଜି ଆଣିଲେ ପୁରସ୍କାର । ପ୍ରଥମେ ୨୦ ହଜାର ଆଉ ଏବେ ୫ ଲକ୍ଷ ଟଙ୍କା । ୨୦୨୦ ମସିହା ଅଗଷ୍ଟ ୯ ତାରିଖରେ ଯାଜପୁର ଜିଲ୍ଲା ମଧୁସୂଦନପୁର ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇ ଯାଇଥିଲା ୫ ବର୍ଷର ପିହୁ । ଇତି ମଧ୍ୟରେ ପିହୁ ନିଖୋଜକୁ ୨ ବର୍ଷ ବିତିଛି । ପିହୁକୁ ଖୋଜି ଆଣିଲେ ପ୍ରଥମେ ୨୦ ହଜାର ଟଙ୍କା ପୁରସ୍କାର ପୋଲିସ ଘୋଷଣା କରିଥିବା ବେଳେ ଏବେ ୫ ଲକ୍ଷ ଟଙ୍କା ଦେବାକୁ ପୋଷ୍ଟର ମାରିଛି । ଯାହାକୁ ନେଇ ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ପିହୁଙ୍କ ମାଆ ।

ପିହୁଙ୍କୁ ଖୋଜି ଆଣିବା ଲାଗି ସିବିଆଇ ତଦନ୍ତ ଦାବି କରିଛନ୍ତି ମୋନାଲିସା । ନଚେତ୍ ପୁଣି ସେ ଧାରଣା ଦେବେ ବୋଲି କହିଛନ୍ତି । ନିକଟରେ ମୋନାଲିସା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦେବା ପରେ ପୋଲିସ ତତ୍ପରତା ଦେଖାଇଛି ସତ । କିନ୍ତୁ ପୋଲିସ ଉପରେ ପିହୁ ମାଆଙ୍କ ଭରସା ନାହିଁ । ସ୍ଥାନୀୟ ବୁଦ୍ଧିଜୀବୀ ମଧ୍ୟ ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ।

୫ ବର୍ଷର ନିଖୋଜ ପିହୁକୁ ଝୁରି ଝୁରି ମାଆ ଆଖିରୁ ଲୁହ ଶୁଖୁନି । ସେପଟେ ପୋଲିସ ତଦନ୍ତରେ ସେଭଳି ଅଗ୍ରଗତି ହେଉନି । ପୋଲିସ ପୁରସ୍କାର ପରେ ପୁରସ୍କାର ଘୋଷଣା କରୁଥିବା ବେଳେ ପିହୁ କେଉଁଠି, କେମିତି, କିଭଳି ଅଛି ତାହା ଏବେ ବି ବଡ଼ ପ୍ରଶ୍ନ ।

Leave A Reply

Your email address will not be published.