ଭୁବନେଶ୍ୱର: ମିଶନ ଶକ୍ତି ସବୁବେଳେ ମହିଳାଙ୍କୁ ନେତୃତ୍ୱ ନେବା ପାଇଁ ଏକ ମଞ୍ଚ ଯୋଗାଇ ଦେଇଥାଏ। ଯଦି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ରାଜନୀତିରେ ଭାଗ ନେଉଛନ୍ତି, ତାହେଲେ ଏଥିପାଇଁ ସେମାନଙ୍କୁ ସମାଲୋଚନା କରିବା ଉଚିତ ନୁହେଁ, କାରଣ ଏହା ସେମାନଙ୍କ ଅଧିକାର ଓ ପସନ୍ଦର ବିଷୟ। ମିଶନ ଶକ୍ତିର କମିଶନର ତଥା ଆଇଏଏସ ସୁଜାତା ଆର୍. କାର୍ତ୍ତିକେୟନ ସୋମବାର ଏହା କହିଛନ୍ତି। ମିଶନ ଶକ୍ତି ମହିଳାଙ୍କୁ ରାଜନୀତିରେ ବ୍ୟବହାର କରାଯାଉଥିବା ଅଭିଯୋଗର ଉତ୍ତରରେ ସେ ଏହା କହିଛନ୍ତି।
ମହିଳା ସଶକ୍ତିକରଣ ସର୍ବାଙ୍ଗୀନ ହେବା ଆବଶ୍ୟକ। ଆପଣ ସଶକ୍ତିକରଣକୁ ଅନେକ ଭାଗରେ ବିଭକ୍ତ କରିପାରିବେ ନାହିଁ। ଆପଣ କାହାକୁ ବ୍ୟବସାୟ କରିବାକୁ କହିପାରିବେ ନାହିଁ କିନ୍ତୁ ରାଜନୈତିକ କ୍ଷେତ୍ରରେ କଥା କହିପାରିବେ ନାହିଁ। ସଶକ୍ତିକରଣ ଏକ ସମ୍ପୂର୍ଣ୍ଣ ପ୍ରକ୍ରିୟା। ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ ଥିଲେ ମଧ୍ୟ ୬୦ ରୁ ୭୦ ପ୍ରତିଶତ ମହିଳା ନିଜେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ଜିଲ୍ଲା ପରିଷଦ କ୍ଷେତ୍ରରେ ୨୧ ଜଣ ମହିଳା ସଭାପତି ଅଛନ୍ତି ବୋଲି କହିଛନ୍ତି କାର୍ତ୍ତିକେୟନ। ଯଦି ମହିଳାମାନେ ରାଜନୀତିକୁ ଆସୁଛନ୍ତି, ତେବେ ଏହାକୁ ସମାଲୋଚନା କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।
ସେପଟେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, ମିଶନ ଶକ୍ତି ସଚିବ ଯାହା କହିଲେ ତାହା ପ୍ରମାଣ କରୁଛି ମିଶନ ଶକ୍ତି ମହିଳା ସରକାରୀ ଅର୍ଥରେ ଉତ୍ସାହିତ ହୋଇ ରାଜନୀତିରେ ବ୍ୟବହାର ହେଉଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ଆମେ ଏହାକୁ ବିରୋଧ କରିବୁ। ମହିଳାମାନେ ରାଜନୀତିରେ ଯୋଗଦେବାକୁ ଆମେ ସମାନ କରୁଛୁ। ଆମେ ସେମାନଙ୍କୁ ସ୍ୱାଗତ କରିବୁ। କିନ୍ତୁ ସରକାରୀ ଅର୍ଥରେ ସେମାନଙ୍କୁ ବ୍ୟବହାର କରି ରାଜନୀତି କରିବା ପାଇଁ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହା ଗ୍ରହଣୀୟ ନୁହେଁ।
Comments are closed.