Latest Odisha News

କ୍ୟାରିୟରରେ ପ୍ରଥମ ଥର ଏହି ସଫଳତା ହାସଲ କଲେ ମିଚେଲ ଷ୍ଟାର୍କ

ପର୍ଥ: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ପର୍ଥରେ ଆଶେସ ସିରିଜ ଆରମ୍ଭ ହୋଇଛି । ପ୍ରଥମ ଟେଷ୍ଟର ପ୍ରଥମ ଦିବସରେ ବୋଲରଙ୍କ ରାଜୁତି ଦେଖିବାକୁ ମିଳିଛି । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୧୭୨ ରନରେ ଅଲଆଉଟ ହୋଇଯାଇଛି । ଅଷ୍ଟ୍ରେଲିଆର ପେସ ବୋଲର ମିଚେଲ ଷ୍ଟାର୍କ ଏହି ମ୍ୟାଚରେ ଘାତକ ବୋଲିଂ ପ୍ରଦର୍ଶନ କରିଥିଲେ । ସଠିତ ଲାଇନ ଓ ଲେନ୍ଥରେ ବୋଲିଂ କରି ଷ୍ଟାର୍କ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ଅସହାୟ କରି ଦେଇଥିଲେ । ହ୍ୟାରୀ ବ୍ରୁକ ସର୍ବାଧିକ ୫୨ ରନ କରିଥିଲେ । ସେ ମାତ୍ର ୫୮ ରନରେ ୭ଟି ୱିକେଟ ଅକ୍ତିଆର କରିଥିଲେ । ୧୪ ବର୍ଷ ଟେଷ୍ଟ କ୍ୟାରିୟରରେ ଷ୍ଟାର୍କ ପ୍ରଥମ ଥର ୭ଟି ୱିକେଟ ନେବାରେ ସଫଳ ହୋଇଛନ୍ତି ।

ସେ ତାଙ୍କ ପ୍ରଥମ ସ୍ପେଲରେ ୧୭ ରନରେ ୩ଟି ୱିକେଟ ନେଇଥିଲେ । ଜ୍ୟାକ କ୍ରାଉଲୀ, ବେନ ଡକେଟ ଓ ଜୋ ରୁଟଙ୍କୁ ଆଉଟ କରିବା ପରେ ଇଂଲଣ୍ଡ ଟିମ ଚାପରେ ପଡିଥିଲା । ଦ୍ୱିତୀୟ ସେଶନରେ ଷ୍ଟାର୍କ ଆଉ ୪ଟି ୱିକେଟ ନେଇଥିଲେ । ଏହା ପୂର୍ବରୁ ୯ରନରେ ୬ଟି ୱିକେଟ ହାସଲ କରିବା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା । ସେ ତାଙ୍କ କ୍ୟାରିୟରରେ ୧୭ ଥର ୫ରୁ ଊର୍ଦ୍ଧ୍ୱ ୱିକେଟ ନେଇଛନ୍ତି । ଇଂଲଣ୍ଡ ବିପକ୍ଷରେ ସେ ୫ ଥର ୫ ୱିକେଟ ନେଇଛନ୍ତି । ଅଷ୍ଟ୍ରେଲିଆ ସବିଶେଷ ଖବର ହସ୍ତଗତ ବେଳକୁ ୩୧ ରନରେ ୩ଟି ୱିକେଟ ହରାଇଛି ।

Comments are closed.