Latest Odisha News

BREAKING NEWS

ଜନ୍ମଦିନରେ ମିଥୁନ୍ ଚକ୍ରବର୍ତ୍ତୀଙ୍କୁ କୋଲକାତା ପୋଲିସର ଜେରା

କୋଲକାତା: ଅଭିନେତାରୁ ରାଜନେତା ପାଟିଥିବା ମିଥୁନ ଚକ୍ରବର୍ତ୍ତୀଙ୍କୁ କୋଲକାତା ପୋଲିସର ଜେରା । ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ବିବାଦୀୟ ବୟାନ ଦେବା ଅଭିଯୋଗରେ ତାଙ୍କୁ ଆଜି ପଚରାଉଚରା କରିଛି କୋଲକାତା ପୋଲିସ । ଭିଡିଓ କନଫରେନ୍ସିଂରେ ତାଙ୍କୁ ଜେରା ଚାଲିଛି । ବିବାଦୀୟ ଭାଷଣ ଦେବା ନେଇ ମିଥୁନଙ୍କ ନାଁରେ ମାଣିକଲତା ଥାନାରେ ମାମଲା ରୁଜୁ ହୋଇଥିଲା ।

BjdElectrycity

ମାମଲା ରଦ୍ଦ କରିବା ପାଇଁ ହାଇକୋର୍ଟରେ ପିଟିସନ୍ ବି ଫାଇଲ୍ କରିଥିଲେ ମିଥୁନ ଚକ୍ରବର୍ତ୍ତୀ । ତେବେ ହାଇକୋର୍ଟ ତାଙ୍କୁ ପଚରାଉଚରା କରିବା ପାଇଁ ପୋଲିସକୁ ଅନୁମତି ଦେଇଥିଲେ । ଏହାପରେ ଆଜି ତାଙ୍କୁ ଜେରା କରାଯାଉଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ପଦ୍ମ ଧରିଥିଲେ ମିଥୁନ ଚକ୍ରବର୍ତ୍ତୀ । ତାପରେ ମମତା ବାନାର୍ଜୀ ଓ ତୃଣମୂଳ କଂଗ୍ରେସକୁ ଟାର୍ଗେଟ କରିଥିଲେ ।

ପ୍ରଚାର ମୈଦାନରେ ମିଥୁନ କହିଥିଲେ, ସେ ନମ୍ବର ଓ୍ୱାନ୍ କୋବ୍ରା । ଚୋଟ ମାରିଲେ ତୁମେ ଫଟୋ ହୋଇଯିବ । ଏହାସହ କହିଥିଲେ ସେ ରାଜନୀତି ନୁହେଁ ମନୁଷ୍ୟ ନୀତି କରୁଛନ୍ତି । ଆଜି ମିଥୁନ ଚକ୍ରବର୍ତ୍ତୀଙ୍କ ଜନ୍ମଦିନ । ତାଙ୍କୁ ସୋସିଆଲ୍ ମିଡିଆରେ ଫ୍ୟାନ୍ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛନ୍ତି । ଅନ୍ୟପଟେ ଆଜିର ଦିନରେ ତାଙ୍କୁ ପୋଲିସ ଜେରାର ସାମନା କରିବାକୁ ପଡିଛି ।

Leave A Reply

Your email address will not be published.