Latest Odisha News

BREAKING NEWS

ଅପମିଶ୍ରିତ ମସଲା କାରଖାନା ଠାବ

କଟକ: ପୁଣି କଟକରେ ଜବତ ହେଲା ଅପମିଶ୍ରିତ ବିଭିନ୍ନ ପ୍ରକାରର ମସଲା । ଜଗତପୁର ଶିଳ୍ପାଞ୍ଚଳ ଏକ କାରଖାନାରେ ବିଭିନ୍ନ ପ୍ରକାରର ମସଲା ଓ ହଳଦୀକୁ ଅପମିଶ୍ରିତ ହେଉଥିବା ଖବର ପାଇ ପୋଲିସ ଏବଂ ଫୁଡ ସ୍କ୍ୱାର୍ଡ ଚଢ଼ାଉ କରିଥିଲେ ।

ଏହି ଚଢାଉରେ ବିପୁଳ ପରିମାଣର ମସଲା ଗୁଣ୍ଡ ଜବତ ହୋଇଛି । ଏଥିସହିତ ମସଲା ପ୍ୟାକିଂ ସାମଗ୍ରୀ, କେବଳ ଆଦି ଜବତ ହୋଇଛି । ଏଥିରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ପୋଲିସ ଅଟକ ରଖିଛି ।

ପୂର୍ବରୁ କଟକ ଓ ଜଗତପୁରରୁ ଅପମିଶ୍ରିତ ଘିଅ, ଟମାଟୋ, ଚିଲି ସସ୍, ମସଲା, ହଳଦୀ, ପନୀର, ଗୁଟଖା ଆଦି ଚଢ଼ାଉ କରାଯାଇଥିଲା ।

Comments are closed.