Latest Odisha News

BREAKING NEWS

ମିଜୋରାମ ନିର୍ବାଚନ: ହାରିଗଲେ ମୁଖ୍ୟମନ୍ତ୍ରୀ, ସରକାର ଗଢିବ ଜେଡପିଏମ

ଆଇଜଲ: ମିଜୋରାମରେ ବହୁମତ ସହ ସରକାର ଗଢିବ ଜେଡପିଏମ । ୨୭ ଆସନରେ ଜିତି ଶାସକ ମିଜୋ ନାଶନାଲ ଫ୍ରଣ୍ଟ ବା ଏମଏନଏଫଠାରୁ କ୍ଷମତା ଛଡେଇ ନେଇଛନ୍ତି ଲାଲଦୁହୋମା ।

ଆଞ୍ଚଳିକ ଦଳ ଜେଡପିଏମ ଏବଂ ଏମଏନଏଫ ମଧ୍ୟରେ ଏଠାରେ ଜୋରଦାର ଲଢେଇ ଚାଲିଥିଲା । ୪୦ ଆସନ ବିଶିଷ୍ଟ ଏହି ରାଜ୍ୟରେ ମ୍ୟାଜିକ ନମ୍ବର ୨୧ ଥିବାବେଳେ ଜେଡପିଏମ ପାଇଛି ୨୭ ଆସନ ।  ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ପଦରେ ଥିବା ଏମଏନଏଫ ମୁଖ୍ୟ ଜୋରାମଥାଙ୍ଗା ଇଷ୍ଟ-1 ଆସନରୁ ହାରି ଯାଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିନ୍ୱନ୍ଦ୍ୱୀ ତଥା ଜେଡପିଏମ ପ୍ରାର୍ଥୀ ଲଥାନସାଙ୍ଗାଙ୍କଠାରୁ ୨୦୨୧ ଭୋଟରେ  ହାରିଛନ୍ତି । ଏପରିକି ସରକାରରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ହାରି ଯାଇଛନ୍ତି । ଏମଏନଏଫ ମାତ୍ର ୧୦ ଟି ଆସନ ହାତେଇ ସନ୍ତୁଷ୍ଟ ହୋଇଛି ।

ସେପଟେ କଂଗ୍ରେସ ଗୋଟିଏ ଆସନରେ ଜିତିଥିବାେଳେ ବିଜେପି ୨ଟି ଆସନରେ ଜିତିଛି ।

 

 

Comments are closed.