Latest Odisha News

BREAKING NEWS

ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ ଆଜି ହାଜର ହେବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର: ଆଜି ବ୍ରହ୍ମପୁର ଏସଡିଜେଏମଙ୍କ କୋର୍ଟରେ ହାଜର ହେବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତାଙ୍କୁ କଡ଼ା ସୁରକ୍ଷା ଭିତରେ ଭୁବନେଶ୍ୱର ଝାରପଡ଼ା ଜେଲରୁ ନିଆଯିବ ବ୍ରହ୍ମପୁର । ଟାଟାରେ ନିଯୁକ୍ତି ନାଁରେ ଠକେଇ ମାମଲାରେ ତାଙ୍କୁ ରିମାଣ୍ଡରେ ନେଇପାରେ ଗୋଳନ୍ଥରା ଥାନା ପୋଲିସ । ତାଙ୍କ ନାଁରେ ରୁଜୁ ହୋଇଛି ଠକେଇ ମାମଲା ।

କୋର୍ଟରେ ହାଜର ପରେ ପ୍ରଦୀପଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ ଗୋଳନ୍ଥରା ଥାନା ପୋଲିସ । ଗିରଫ ପରେ ସେ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି । ଟାଟାରେ ଚାକିରି କରାଇ ଦେବାକୁ କହି ଭାବି ଜ୍ୱାଇଁ ଆକାଶ ପାଠକଙ୍କ ସହ ମିଶି ସେ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା ।

 

Leave A Reply

Your email address will not be published.