ଭୁବନେଶ୍ୱର: ପୂର୍ବତନ ଆଇଏଫ୍ଏସ୍ ଅଭୟ ପାଠକଙ୍କ ସହ ଅର୍ଥ କାରବାର ମାମଲାରେ ଇଡିରେ ହାଜର ହୋଇଛନ୍ତି ସୁଜାତା ପାଣିଗ୍ରାହୀ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ଇଡି ଅଫିସ୍ରେ ହାଜର ହୋଇଛନ୍ତି । ପୂର୍ବତନ IFS ଅଭୟ ପାଠକଙ୍କ ଅର୍ଥ କାରବାର ମାମଲାରେ ହାଜର ହେବାକୁ ନୋଟିସ ଦେଇଥିଲା ଇଡି ।
ଗତକାଲି ପ୍ରଦୀପଙ୍କ ଝିଅଙ୍କୁ ୭ ଘଣ୍ଟା ଧରି ଇଡି ଜେରା କରିଥିବା ବେଳେ ଆଜି ସୁଜାତା ହାଜର ହୋଇଛନ୍ତି । ବର୍ଷେ ପୂର୍ବରୁ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । IFS ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଠକେଇ ଲିଙ୍କ୍ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।
ଟାଟା କମ୍ପାନୀରେ ଚାକିରି କରାଇ ଦେବା ପାଇଁ ଆକାଶ ପାଠକଙ୍କ ନାଁରେ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧରେ ତାଙ୍କୁ ଗିରଫ କରାଯାଇଥିଲା । ଆକାଶ ପାଠକ ନିଜକୁ ଟାଟା ମୋଟର୍ସ ପାସେଞ୍ଜର କାର ଡିଭିଜନର ଇନ୍ଚାର୍ଜ ଏମଡି ବୋଲି କହୁଥିଲେ ।
ଏଥିସହ ଗଞ୍ଜାମର କିଛି ଲୋକଙ୍କୁ ଚାକିରି କରାଇ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ । ଯେଉଁଥିପାଇଁ ପ୍ରଦୀପ ପାଇଁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଗିରଫ ହୋଇ ଜେଲ୍ ଯିବା ପରେ ଜୁନ୍ ୨୦୨୧ରେ ଝାରପଡ଼ା ଜେଲରୁ ମୁକୁଳିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।
Comments are closed.