କଟକ: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତ୍ୟକ୍ଷ ଭାବେ ହାଜର ହେଲେ ନାହିଁ ଏହି ମାମଲାରେ ୧୬ ନମ୍ବର ମୁଦାଲା ତଥା ଅଭିଯୁକ୍ତ ବିଧାୟକ ପ୍ରତାପ ଜେନା। ଯିଏକି ପୂର୍ବରୁ ମଧ୍ୟ ମନ୍ତ୍ରୀ ଥିଲେ। ଜେଏମଏଫସି କୋର୍ଟ ଶାସକ ଦଳର ଏହି ବରିଷ୍ଠ ନେତାଙ୍କୁ ଅକ୍ଟୋବର ୩୧ରେ ହାଜର ହେବାକୁ ବ୍ୟକ୍ତିଗତ ଭାବେ ସ୍ବତନ୍ତ୍ର ମେସେଞ୍ଜର ଜରିଆରେ ସମନ ପଠାଇଥିଲେ।
ପ୍ରତାପଙ୍କ ଓକିଲ ଆଇପିସି ୨୦୫ ଧାରାରେ ଆବେଦନ କରି ବ୍ୟକ୍ତିଗତ ହାଜିରାକୁ ବାଦ ଦେବାକୁ ଆବେଦନ କରିଥିବା ସୂଚନା ରହିଛି। କୋର୍ଟ ବିଧାୟକଙ୍କୁ ହାଜର ହେବାକୁ ସମନ କରିବା ପରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ କେବେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶ୍ନ କରି ସରକାରକୁ ଘେରିଥିବା ବେଳେ ପ୍ରତାପ ଜେନା ହାଜର ନହେବା ମାମଲାକୁ ଆଉ ଏକ ନୂଆ ମୋଡ଼ ଦେଇପାରେ।
ଏହି ମାମଲାରେ ଅପରାହ୍ନ ଦୁଇଟାରେ କୋର୍ଟ ଶୁଣାଣି କରିବାର ସୂଚନା ରହିଛି।
ମିଳିଥିବା ସୂଚନା ଅନୁସାରେ ବ୍ୟକ୍ତିଗତ ହାଜିରାରୁ ବାଦ ଦେବା ପାଇଁ ପ୍ରତାପଙ୍କ ଓକିଲ ସ୍ୱାସ୍ତ୍ୟଗତ ଅସୁସ୍ଥତା ଦର୍ଶାଇ ଏକ ସାର୍ଟିଫିକେଟ ଦାଖଲ କରିଛନ୍ତି। ସେପଟେ ପ୍ରତିପକ୍ଷ ଓକିଲ ୨୦୫ ପିଟିସନ ବିରୁଧ୍ୟରେ ଏକ ପିଟିସନ ଦେବାସହ ପ୍ରତାପ ଜେନାଙ୍କ ନାଁକୁ ଯୋଡିବା ପାଇଁ ପିଟିସନ ଦାଖଲ କରିଛନ୍ତି ରଞ୍ଜିତଙ୍କ ଓକିଲ।
Comments are closed.