Latest Odisha News

ମୋ ବସ୍ ଦୁର୍ଘଟଣାକୁ ନେଇ ‘କ୍ରୁଟ’ର ସ୍ପଷ୍ଟୀକରଣ: ମୋ ବସ ଡ୍ରାଇଭରଙ୍କର କୌଣସି ତ୍ରୁଟି ନ ଥିଲା

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ଛକ ନିକଟରେ ମଙ୍ଗଳବାର କଟକ ଅତିରିକ୍ତ ଜିଲ୍ଲପାଳଙ୍କ ଏସୟୁଭି ଗାଡିକୁ ‘ମୋ ବସ’ ଧକ୍କା ଦେବାର କିଛି ଘଣ୍ଟା ପରେ ସ୍ପଷ୍ଟୀକରଣ ରଖିଛି କାପିଟାଲ ରିଜିନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ । ଏଥିସହିତ ଦୁର୍ଘଟଣା ସମୟର ଭିଡିଓ ମଧ୍ୟ ଜାରି କରିଛି । ଏହି ଦୁର୍ଘଟଣାରେ ମୋ ବସ ଡ୍ରାଇଭରଙ୍କର କୌଣସି ତ୍ରୁଟି ନ ଥିବା ଉକ୍ତ  ସ୍ପଷ୍ଟୀକରଣରେ କୁହାଯାଇଛି ।

ମାଷ୍ଟର କ୍ୟାଣ୍ଟିନରୁ ସମ୍ ହସ୍ପିଟାଲ ଯାଉଥିବା ମୋ ବସ ନଂ ୨୩ ଏଜି ଛକରେ ଅତିରିକ୍ତ ଜିଲ୍ଲପାଳଙ୍କ ଗାଡିକୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣା ସ୍ଥଳରେ ଅତିରିକ୍ତ ଜିଲ୍ଲପାଳଙ୍କ ଗାଡି ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ବେଳେ ଗାଡିଟି ସମ୍ପୂର୍ଣ ଭାଙ୍ଗିଯାଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା।

ଅତିରିକ୍ତ ଜିଲ୍ଲାପାଳଙ୍କ ଡ୍ରାଇଭର କହିଛନ୍ତି, ଦିଲ୍ଲୀ ଯିବା ପାଇଁ ଏଡିଏମଙ୍କୁ ନେଇ ସେ କଟକରୁ ଆସୁଥିଲେ। ରାଜଭବନ ଛକରେ ଦୁର୍ଘଟଣା ହୋଇଛି। ମୋ ବସର ସ୍ପିଡ ଏତେ ଅଧିକ ଥିଲା ଯେ ରାଜଭବନ ଛକରେ ଏଜି ଛକ ଆଡୁ ଆସୁଥିବା ମୋ ବସଟି ତାଙ୍କ ଗାଡିକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ହୋଇଛି।

ଅନ୍ୟପକ୍ଷେ କ୍ରୁଟ ପକ୍ଷରୁ କୁହାଯାଇଛି,  ‘ମୋ ବସ୍ ଡ୍ରାଇଭର ଏବଂ କଟକ ଏଡିଏମ୍‌ଙ୍କ ଗାଡି ମଧ୍ୟରେ ଏକ ଦୁର୍ଭାଗ୍ୟଜନକ ଘଟଣା ହୋଇଛି । ଏହି ଘଟଣାକୁ ଅତ୍ୟନ୍ତ ଭୁଲ ଭାବେ ବୁଝାଯାଇଛି ଏବଂ ଆମେ ଏହି ଅବସରରେ ଘଟଣାକୁ ନେଇ ସ୍ପଷ୍ଟିକରଣ ପ୍ରଦାନ କରୁଛୁ ।’

ସଂସ୍ଥା ପକ୍ଷରୁ କୁହାଯାଇଥିଲା ‘ ଦୁର୍ଘଟଣାରେ ମୋ ବସ୍ ଚାଳକଙ୍କ ତ୍ରୁଟି ରହିନଥିଲା । ଆମେ ଏକ ବିଶଦ ତଦନ୍ତ ଓ ଅନୁସନ୍ଧାନ କରିଛୁ ଏବଂ ଉପଲବ୍ଧ କରାଯାଇଥିବା ଭିଡିଓ ଫୁଟେଜ୍ ସ୍ପଷ୍ଟଭାବେ ଦର୍ଶାଉଛି ଯେ ଚାଳକ ନିର୍ଦ୍ଧାରିତ ବେଗ ସୀମା ମଧ୍ୟରେ ଚାଳନା କରୁଥିଲେ ଏବଂ ଗାଡିର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିଥିଲେ ।’

‘ତେବେ ଚାଳକଙ୍କ କାର୍ଯ୍ୟକୁ ନେଇ ପ୍ରସାରିତ ହେଉଥିବା ଭୁଲ୍ ଓ ଭ୍ରମାତ୍ମକ ତଥ୍ୟ ଦୁଃଖଦାୟକ । ଆମେ ଗୁରୁତ୍ୱ ଦେବାକୁ ଚାହୁଛୁ ଯେ ଚାଳକ ଏହି ଦୁର୍ଘଟଣାକୁ ହେବାରୁ ରୋକିବା ପାଇଁ ନିଜ ଶକ୍ତିମତେ ସମସ୍ତ ଉଦ୍ୟମ କରିଥିଲେ । ସେ ଯଥାଶୀଘ୍ର ଏବଂ ଦାୟିତ୍ୱର ସହ ଏହି ଅକସ୍ମାତ ପରିସ୍ଥିତିର ମୁକାବିଲା କରିଥିଲେ ଏବଂ ଆହୁରି ଅଧିକ ସମ୍ଭାବ୍ୟ ଦୁଃଖଦ ପରିଣାମକୁ ପ୍ରତିହତ କରିଥିଲେ ।’

 

Comments are closed.