ଭୁବନେଶ୍ୱର: ଜମୁଛି ପାର୍ବଣ । ରାଜଧାନରେ ଅସମ୍ଭାଳ ଭିଡ । ତେଣୁ ଅପରାହ୍ନ ସାଢେ ତିନିଟାରୁ ମୋ ବସ ଚାଲିବ କି ନାହିଁ ସେ ନେଇ ବିଚାର କରୁଛି କ୍ରୁଟ । ତେବେ ଅପରାହ୍ନ ୩.୩୦ଯାଏ ନିର୍ଦ୍ଧାରିତ ରୁଟରେ ମୋ ବସ ଚାଲିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆ ଯାଇଛି । କ୍ରୁଟ ପକ୍ଷରୁ ଟୁଇଟ କରି କୁହାଯାଇଛି, ଅପରାହ୍ନରେ ଅସମ୍ଭାଳ ଭିଡ ଜମୁଛି । ଟ୍ରାଫିକ ସମସ୍ୟା ବି ଦେଖା ଦେଉଛି । ଏସବୁ ଭିତରେ ମୋ ବସ ଚାଲିବ କି ନାହିଁ ଏବଂ ଯଦି ଚାଲିବ ସମୟରେ ପରିବର୍ତ୍ତନ କରାଯିବ କି ଏସବୁ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି।
ଗତକାଲି ମହାଷ୍ଟମୀ ତିଥିରେ ପ୍ରବଳ ଭିଡ ହୋଇଥିଲା । ଏତେ ଭିଡି ଥିଲା ଯେ ଚାଲିଚାଲି ଯିବା ବି କାଠିକର ପାଠ ଥିଲା । ୮ କିମି ଯିବାକୁ ଅଢେଇଘଣ୍ଟା ଲାଗୁଥିଲା ।
ବିଶେଷ କରି ରସୁଲଗଡ, ବାଣୀବିହାର, ଶିଶୁଭବନ, ଜୟଦେବବିହାର, ପଟିଆ, ବରମୁଣ୍ଡା, ଆଚାର୍ଯ୍ୟବିହାର ଆଦି ରାସ୍ତାରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।ପୂଜା ମଣ୍ଡପ ସାମ୍ନାରେ ଯିବାକୁ ବାଟ ନଥିଲା ।
ଆଜି ମହାନବନୀ ଓ ଆସନ୍ତାକାଲି ଦଶହରା । ଏ ପରିପ୍ରେକ୍ଷୀରେ ଆଜି ଓ ଆସନ୍ତାକାଲି ଅପରାହ୍ନରୁ ଅର୍ଥାତ ସାଢେ ତିନିଟାରୁ ମୋ ବସ ଚାଲିବ କି ନାହିଁ ସେ ନେଇ କ୍ରୁଟ ଚିନ୍ତା କରୁଛି ବୋଲି ଟୁଇଟ କରି ସୂଚନା ଦେଇଛି ।
Following the notification issued by @cpbbsrctc owing to the huge traffic at various locations inside the twin cities, it is to inform all concerned that Mo buses will ply as per the regular timings prescribed till 3.30 PM.
— Capital Region Urban Transport (@CRUT_BBSR) October 22, 2023
Comments are closed.