ଭୁବନେଶ୍ୱର:ରାଜ୍ୟର ଆଉ ୩ ଜିଲ୍ଲାରେ ଗଡିବ ମୋ ବସ । ଏହି ତିନି ଜିଲ୍ଲା ଗୁଡିକ ହେଉଛି ସମ୍ବଲପୁର, ଝାରସୁଗୁଡା ଏବଂ ଗଞ୍ଜାମ । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ତାର ସେବାକୁ ସଂପ୍ରସାରଣ କରିବାକୁ ଯାଉଛି । ଏହି ସେବାରେ ଯୋଡି ହେବ ଆଉ ୩ ଜିଲ୍ଲା । ସମ୍ବଲପୁର-ଝାରସୁଗୁଡା-ବେଲପାହାଡ ଏବଂ ବ୍ରହ୍ମପୁର-ଗୋପାଲପୁର-ଛତ୍ରପୁର-ହିଞ୍ଜିଳିକାଟୁ-ଦିଗପହଣ୍ଡି ପାଇଁ ମୋ ବସ ସେବା ଯୋଗାଇ ଦେବାକୁ ଘୋଷଣା କରିଛି CRUT । ଏ ନେଇ ହାଉସିଂ ଆଣ୍ଡ ଅର୍ବାନ ଡେଭଲପମେଣ୍ଟ ଡିପାର୍ଟମେଣ୍ଟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି ।
ସୂଚନାଥାଉ କି, ବର୍ତ୍ତମାନ CRUT ପକ୍ଷରୁ ଖୋର୍ଦ୍ଧା, କଟକ, ପୁରୀ ଏବଂ ସୁନ୍ଦରଗଡର ସହରାଞ୍ଚଳରେ ମୋ ବସ ସେବା ଉପଲବ୍ଧ ଅଛି । ଦିନକୁ ଦିନ ମୋ ବସ ସେବାର ଲୋକପ୍ରିୟତା ମଧ୍ୟ ବଢୁଛି । ଆଜିର ଏହି ୩ ଜିଲ୍ଲାକୁ ମିଶାଇଲେ ମୋଟ ୭ଟି ଜିଲ୍ଲାରେ ମୋ ବସ ସେବା ମିଳିବ । ତେବେ ଏହାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଅନ୍ୟ ପ୍ରମୁଖ ସହରରେ ମୋ ବସ ସେବା ଯୋଗାଇ ଦେବାକୁ ଦାବି ହୋଇଛି ।
Comments are closed.