Latest Odisha News

ବାରବାଟି ମ୍ୟାଚ୍ ପାଇଁ ‘ମୋ ବସ୍’ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ୧୨ ତାରିଖରେ ବାରବାଟିରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ । ରବିବାର ଖେଳାଯିବାକୁ ଥିବା ମ୍ୟାଚ୍ ରାତି ୭ଟାରେ ଆରମ୍ଭ ହୋଇ ୧୧ଟାରେ ସରିବ । ମ୍ୟାଚ୍ ଦିନ ଟ୍ୱିନ୍ ସିଟିରେ ‘ମୋ ବସ୍’ ପକ୍ଷରୁ ସ୍ୱତନ୍ତ୍ର ସେବା ଯୋଗାଇ ଦିଆଯିବ । ଏଥିପାଇଁ ସେବା ଶୁଳ୍କ ୪୦ ଟଙ୍କା ଦେବାକୁ ପଡ଼ିବ ।

ମାଷ୍ଟରକ୍ୟାଣ୍ଟିନରୁ ରସୁଲଗଡ଼ ଦେଇ ବାରବାଟି ଷ୍ଟାଡିୟମ୍ ଏବଂ ବରମୁଣ୍ଡା ବସଷ୍ଟାଣ୍ଡରୁ ପଟିଆ ରୋଡ୍ ଦେଇ ସିଧାସଳଖ ବାରବାଟି ଯାଏ ଚାଲିବ ମୋ ବସ୍ । ରାଜ୍ୟର ବିଭିନ୍ନ ଜିଲ୍ଲା ସହ ବାହାର ରାଜ୍ୟରୁ କ୍ରୀଡ଼ାପ୍ରେମୀ ଭୁବନେଶ୍ୱର ଆସି ବାରବାଟି ଯିବେ । ଏସବୁ ଦୃଷ୍ଟିରୁ ମ୍ୟାଚ୍ ଦିନ କ୍ରୁଟର ସ୍ୱତନ୍ତ୍ର ବସ୍ ସେବା ଲୋକଙ୍କୁ ବେଶ୍ ସୁବିଧାଦାୟକ ହେବ ।

ମ୍ୟାଚ୍ ଦିନ ମାଷ୍ଟରକ୍ୟାଣ୍ଟିନ ଓ ବରମୁଣ୍ଡାରୁ ସ୍ୱତନ୍ତ୍ର ବସ୍ ଦିନ ୧୦ଟାରେ ବାରବାଟି ଅଭିମୁଖେ ଛାଡ଼ିବ । ସେହିଭଳି ମ୍ୟାଚ୍ ସରିବା ପରେ ରାତି ୧୧ଟା ୩୦ରେ ବାରବାଟିରୁ ଭୁବନେଶ୍ୱର ଅଭିମୁଖେ ବାହାରିବ ‘ମୋ ବସ୍’ । ବସର ସମୟ ସାରଣୀ ନେଇ କ୍ରୁଟ୍ ସୋସିଆଲ୍ ମିଡିଆରେ ତଥ୍ୟ ସେୟାର କରିଛି ।

Leave A Reply

Your email address will not be published.