Latest Odisha News

BREAKING NEWS

ବାରବାଟୀକୁ ଆସିବେ ଦାଦା

କଟକ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି୨୦ ମ୍ୟାଚ ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭୁବନେଶ୍ୱରରେ ଦୁଇ ଦେଶର ଖେଳାଳିମାନେ ପହଂଚି ସାରିଛନ୍ତି । ପ୍ରଶଂସକମାନେ ଖେଳାଳିଙ୍କ ଝଲକ ଦେଖିବା ପାଇଁ ବ୍ୟଗ୍ରତା ଦେଖିବାକୁ ମିଳିଥିଲା । ଶନିବାର ଉଭୟ ଦେଶର ଖେଳାଳି ବାରବାଟୀରେ ନେଟ ପ୍ରାକ୍ଟିଶ କରିବେ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏହି ମ୍ୟାଚ ଉପଭୋଗ କରିବା ପାଇଁ ବାରବାଟୀ ଆସିବେ ବୋଲି ଜଣାପଡିଛି । ଓସିଏ ଏଥି ନିମନ୍ତେ ତାଙ୍କୁ ଅନୁରୋଧ କରିଥିଲା । ଦାଦା ଏଥିନେଇ ସମ୍ମତି ଜଣାଇଛନ୍ତି ।

୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମୁକାବିଲାରେ ଭାରତ ପରାଜିତ ହୋଇଥିବାରୁ ବାରବାଟୀ ମ୍ୟାଚ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ଏଥିନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।

Leave A Reply

Your email address will not be published.