Latest Odisha News

BREAKING NEWS

ରାଉରକେଲାରେ ଠପ୍ ହୋଇଛି ମୋ ବସ୍ ସେବା

ରାଉରକେଲା : ଷ୍ଟିଲ୍‌ ସିଟି ରାଉରକେଲାରେ ମୋ ବସ୍‌ ସେବା ଠପ୍‌ ହୋଇଛି। ବସ୍‌ଷ୍ଟାଣ୍ଡରେ ଅଟକିଛି  ୧୦୦ ବସ୍‌। ବସ୍‌ କର୍ମଚାରୀମାନଙ୍କ ପ୍ରତିବାଦ କାରଣରୁ ସହରବାସୀ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ରାଉରକେଲା

ଆଜି ଅପରାହ୍ନ ପ୍ରାୟ ୧ଟା ବେଳେ ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଗୋଟିଏ ମୋ ବସ୍‌ ଯାତ୍ରୀଙ୍କୁ ଧରି ଯାଉଥିବ ସମୟରେ ଗୋଟିଏ ବୁଲା କୁକୁର ବସ୍‌ ଆଗକୁ ଚାଲି ଆସିଥିଲା। କୁକୁରଟି ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲେ ମଧ୍ୟ ସେଠାରେ ଉପସ୍ଥିତ ଥିବା ୩ ଜଣ ଯୁବକ ଅଜଥାରେ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି ସେମାନେ ବସ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଏହି ଘଟଣା ପରେ  ଡ୍ରାଇଭର ଓ କର୍ମଚାରୀମାନେ ବସ୍‌କୁ ଧରି ବସ୍‌ଷ୍ଟାଣ୍ଡକୁ ପଳାଇ ଆସିଥିଲେ। ଏ ସମ୍ପର୍କରେ ଖବର ପାଇଁ ଅନ୍ୟ ଡ୍ରାଇଭରମାନେ ଜାଣିପାରି ଯିଏ ଯେଉଁଥିଲା, ସିଏ ସେଠାରୁ ବସ୍‌ ଧରି ଷ୍ଟାଣ୍ଡକୁ ପଳାଇ ଆସିଥିଲେ। ବର୍ତ୍ତମାନ ଷ୍ଟାଣ୍ଡରେ ରାଉରକେଲା ସହରରେ ଚାଲୁଥିବା ୧୦୦ ବସ୍‌ ଛିଡ଼ା ହୋଇଥିବା ବେଳେ  କର୍ମଚାରୀମାନେ ଷ୍ଟାଣ୍ଡରେ ଛିଡ଼ା ହୋଇ ପ୍ରତିବାଦ କରୁଛନ୍ତି। ଖବର ପାଇ ଡିଏସ୍‌ପି ନିର୍ମଳ କୁମାର ମହାପାତ୍ର ବସ୍‌ କର୍ମଚାରୀଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ କର୍ମଚାରୀମାନେ ମାମଲା ରୁଜୁ କରିବା ସହିତ ମାଡ଼ ମାରିଥିବା ୩ ଯୁବକଙ୍କୁ ଗିରଫ କରାଯାଉ ବୋଲି ଦାବି କରିଥିଲେ।

Leave A Reply

Your email address will not be published.