Latest Odisha News

ଆଜିଠୁ ପିପିଲିକୁ ଗଡିବ ମୋ ବସ୍

ଭୁବନେଶ୍ବର: ଆଜିଠାରୁ ପିପିଲିକୁ ଗାଡିବ ମୋ ବସ । ମାଷ୍ଟରକ୍ୟାଣ୍ଟିନ ରୁ ପିପିଲିକୁ ଏହି ସେବା ଆରମ୍ଭ ହେବ। ଗତ ମଙ୍ଗଳବାରଠାରୁ କ୍ରୁଟ୍‌ ପକ୍ଷରୁ ବସ୍‌ ଚଳାଚଳ ଆରମ୍ଭ ହେବାର ଥିଲା। ପୁରୀ ଜିଲା ଏହି ଦିନ ସଟ୍‌ଡାଉନ୍‌ ଘୋଷଣା ହେଇଥିବାରୁ କ୍ରୁଟ୍‌ ପକ୍ଷରୁ ଏଥିରେ ପରିବର୍ତ୍ତନ କରାଯାଇଥିଲା।

ସଟ୍‌ଡାଉନ୍ ଉଠିବା ପରେ ଆଜିଠାରୁ ୩୩ ନମ୍ବର ରୁଟ୍‌ରେ ମୋ ବସ୍‌ ଚଳାଚଳ ଆରମ୍ଭ ହେବାନେଇ କ୍ରୁଟ୍‌ର ମହା ପ୍ରବନ୍ଧକ ସୂଚନା ଦେଇଛନ୍ତି।

କ୍ରୁଟ୍‌ ପକ୍ଷରୁ ୩୩ ନମ୍ବର ରୁଟ୍‌(ଅର୍ଥାତ ଭୁବନେଶ୍ବରରୁ ପିପିଲି) ମୋ ବସ୍‌ ସେବା ଆରମ୍ଭ ହେବ। ପ୍ରାଥମିକ ପର୍ଯ୍ୟାୟରେ ଏହି ରୁଟ୍‌ରେ ୪ଟି ବସ୍‌ ଚଳାଚଳ କରିବ। ଏହି ରୁଟ୍‌ରେ ବସ୍‌ର ସର୍ବାଧିକ ଟିକଟ୍‌ ମୂଲ୍ୟ ୩୦ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି। ଯାତ୍ରୀମାନେ ବସ‌୍‌​ରେ ଯାତ୍ରା କରିବା ସମୟରେ ଖୁଚୁରା ଟଙ୍କା ଦେବା ସହ ମାସ୍କ ପିନ୍ଧିବେ ଏବଂ ଠିଆ ହୋଇ ଯାତ୍ରା ନକରିବାକୁ ଯାତ୍ରୀଙ୍କୁ ଅନୁରୋଧ କରାଯାଇଛି।

Comments are closed.