Latest Odisha News

ବଦଳିଲା ମୋ ସ୍କୁଲ ଅଭିଯାନ ନାଁ

ଭୁବନେଶ୍ଵର: ବଦଳିଲା ମୋ ସ୍କୁଲ ଅଭିଯାନ ନାଁ । ମୋ ସ୍କୁଲ୍‌ ଅଭିଯାନ ନାଁ ବଦଳେଇଲା ଗଣଶିକ୍ଷା ବିଭାଗ । ୨୦୧୭ରେ ଆରମ୍ଭ ହୋଇଥିଲା ମୋ ସ୍କୁଲ୍‌ ଅଭିଯାନ । ନାଁ ବଦଳିବା ପରେ ନୂଆ ନାଁ ହେଲା ପଞ୍ଚଶଖା ଶିକ୍ଷା ସେତୁ ଯୋଜନା । ଏନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଚିଠି ଲେଖିଛି ଗଣଶିକ୍ଷା ବିଭାଗ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ନୂତନ ସରକାର ଗଢିବା ପରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବ ସରକାରଙ୍କ ଅନେକ ଯୋଜନାର ନାମ ବଦଳାଇ ନୂତନ ନାମ ଘୋଷଣା କରିଥିଲେ । କାଳିଆ ଯୋଜନାର ନାମ ପରିବର୍ତ୍ତନ କରି ମୁଖ୍ୟମନ୍ତ୍ରୀ କିଷାନ ଯୋଜନା କରାଯାଇଥିବା ବେଳେ ଆମ ଓଡ଼ିଶା ଓ ନବୀନ ଓଡ଼ିଶାକୁ ବିକଶିତ ଗାଁ ଓ କିକଶିତ ଓଡ଼ିଶା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ମେକ୍ ଇନ୍ ଓଡ଼ିଶାକୁ ଉତ୍କର୍ଷ ଉତ୍କଳ ଏବଂ ମୋ ସ୍କୁଲ ଅଭିଯାନକୁ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ନାମରେ ନାମିତ କରିଥିଲେ ।

Comments are closed.