Latest Odisha News

BREAKING NEWS

ବୋଲଗଡ ତହସିଲଦାରଙ୍କୁ ଆକ୍ରମଣ

ଖୋର୍ଦ୍ଧା: ବୋଲଗଡ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ । ମୋରମ ଖଣିରେ ଚଢ଼ାଉ ବେଳେ ବୋଲଗଡ଼ ତହସିଲଦାର ଧୋବେଇ ନାୟକଙ୍କୁ ଆକ୍ରମଣ ହୋଇଥିବା ନେଇ ବେଗୁନିଆ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ବେଗୁନିଆ ପୋଲିସ ଜଣେ ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚରା କରୁଛି ।

ବେଆଇନ୍ ଭାବେ ଗୋପାଳପୁର ଗାଁ ନିକଟରେ ମୋରମ ଚୋରାଚାଲାଣ ଚାଲିଥିବା ଖବର ପାଇ ଚଢାଉ ପାଇଁ କର୍ମଚାରୀଙ୍କ ସହ ଯାଇଥିଲେ ତହସିଲଦାର । ମୋରମ ବୋଝେଇ ଟ୍ରାକ୍ଟରକୁ ତହସିଲଦାର ଜବତ କରିଛନ୍ତି । ଏହି ସମୟରେ ସେଠାରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଛନ୍ତି ।

 

Leave A Reply

Your email address will not be published.