Latest Odisha News

BREAKING NEWS

ଆସନ୍ତା ସପ୍ତାହରେ ଭାରତରେ ଲଞ୍ଚ୍‌ ହେବ ସାମ୍‌ସଙ୍ଗ୍ ଗାଲାକ୍ସି ଏଫ୍‌ଫୋର୍ ୱାନ୍ ସ୍ମାର୍ଟଫୋନ୍; ଜାଣନ୍ତୁ ଏହାର ଫିଚର୍‌ଗୁଡ଼ିକ କଣ

ନୂଆଦିଲ୍ଲୀ: ଉତ୍ସବ ଋତୁର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି। ଏଭଳି ପରିସ୍ଥିତିରେ ଅନେକ ବଡ଼ ବଡ଼ କମ୍ପାନୀ ବଜାରରେ ନୂଆ ପ୍ରଡକ୍ଟ ଲଞ୍ଚ୍‌ କରୁଛନ୍ତି। ଏହି ତାଳିକାରେ ସାମ୍‌ସଙ୍ଗ୍ କମ୍ପାନୀ ମଧ୍ୟ ଅନ୍ତଭୁର୍କ୍ତ ହୋଇଛି।  କମ୍ପାନୀ ପ୍ରାୟ ପ୍ରତି ମାସରେ ଏକ ନୂଆ ସ୍ମାର୍ଟ‌ ଫୋନ୍ ଲଞ୍ଚ୍‌ କରୁଛି।

ତେବେ ଆସନ୍ତା ସପ୍ତାହରେ ସାମ୍‌ସଙ୍ଗ୍ ଭାରତରେ ଏକ ନୂଆ ଗାଲାକ୍ସି ଏଫ୍‌ଫୋର୍‌ ୱାନ୍ ସ୍ମାର୍ଟଫୋନ୍ ଲଞ୍ଚ୍‌ କରିବାକୁ ଯାଉଛି। ଏହା ୮ ଅକ୍ଟୋବରରେ ଭାରତରେ ଲଞ୍ଚ୍‌ ହେବ। କମ୍ପାନୀ ଗାଲାକ୍ସି ଏମ୍‌ଫୋର୍‌ ୱାନ୍‌ ଏବଂ ଗାଲାକ୍ସି ଏ ଫାଇଭ୍ ୱାନ୍ ଏସ୍ ଲଞ୍ଚ୍‌ କରିବାର ସମ୍ଭାବନା ମଧ୍ୟ ରହିଛି।

ତେବେ ଆସନ୍ତୁ ଜାଣିବା ସାମ୍‌ସଙ୍ଗ୍‌ ନୂଆ ଏଫ୍‌ ସିରିଜ୍‌ ସ୍ମାର୍ଟଫୋନ୍‌ର ଫିଚର୍‌ ସମ୍ପର୍କରେ:

ରିପୋର୍ଟ ମୁତାବକ ଏହା ଆଣ୍ଡ୍ରଏଡ୍ ୧୦ରେ ଚାଲିବ ଏବଂ ଏଥିରେ ଏକ Exynos 9611 ସଞ୍ଚାଳକ ରହିବ।

ଏହାସହିତ ଏଥିରେ ଇନ୍‌ଫିନିଟି ୟୁ ଡିଜାଇନ୍‌ ସହିତ ଏକ SuperAMOLED ଡିସ୍‌ପ୍ଲେ ମଧ୍ୟ ରହିବ।

ଏହି ସ୍ମାର୍ଟଫୋନ୍ ବ୍ଲାକ୍‌, ବ୍ଲୁ ଏବଂ ଗ୍ରୀନ୍‌ ରଙ୍ଗରେ ବଜାରରେ ଉପଲବ୍ଧ ହେବ। ଏହାସହିତ ଏଥିରେ ଟ୍ରିପଲ୍ କ୍ୟାମେରା ସିଷ୍ଟମ୍‌ ରହିବ।

ଏହି ସ୍ମାର୍ଟଫୋନ୍‌ 6000mAh ବ୍ୟାଟେରୀ ଫିଙ୍ଗର୍‌ପ୍ରିଣ୍ଟ ସେନ୍‌ସର୍ ସହିତ ବଜାରକୁ ଆସିବ।

Leave A Reply

Your email address will not be published.