Latest Odisha News

ମୋବାଇଲ ଚୋରି ବିଫଳ, ଟ୍ରେନ ଝରକାରେ ଝୁଲି ରହିଲା ଚୋର

ପାଟନା: ବିହାରରେ ଲଗାତାର ଅପରାଧୀଙ୍କ ସଂଖ୍ୟା ବଢିଚାଲିଛି। ବେଗୁସରାଇରେ ଅପରାଧୀମାନେ କ୍ରମାଗତ ଭାବରେ ପୋଲିସକୁ ଚ୍ୟାଲେଞ୍ଜ ଦେଉଥିବାର ନଜର ଆସିଛି। ଚୋରମାନେ ପ୍ରତ୍ୟେକ ଥର ଚୋରି କରି ସଫଳ ପାଇଯାଆନ୍ତି। କିନ୍ତୁ ବିହାରର ସାହେବପୁର କମଲ ରେଳ ଷ୍ଟେସନରେ ଏପରି ଏକ ଘଟଣା ଘଟିଛି ଯେଉଁଠାରେ ଏକ ଚୋର ଚୋରି କରୁଥିବା ବେଳେ ଯାତ୍ରୀଙ୍କ ହାତରେ ଧରାପଡିଛି ଏବଂ ଯାତ୍ରୀମାନେ ଚୋରକୁ ଉତ୍ତମ ପାନେ ମଧ୍ୟ ଦେଇଛନ୍ତି।

କୁହାଯାଉଛି ଯେ ଏକ ଦୁର୍ବୃତ୍ତ ଟ୍ରେନ ଝରକାରୁ ଯାତ୍ରୀଙ୍କ ଫୋନ୍ ଛଡ଼ାଇବାକୁ ଚେଷ୍ଟା କରିଥିଲା। ଚୋରି କରୁଥିବା ସମୟରେ ଯାତ୍ରୀ ଚୋରର ହାତ ଧରିପକାଇଲେ। ଠିକ୍ ସମୟରେ ଟ୍ରେନଟି ଚାଲିବାକୁ ଲାଗିଲା, କିନ୍ତୁ ଯାତ୍ରୀମାନେ ଚୋରର ହାତ ଛାଡିନଥିଲେ। ଏଭଳି ପରିସ୍ଥିତିରେ ଚୋରର ସମସ୍ତ ଚତୁରତା ଫେଲ୍ ମାରିଲା। ଚୋର ସେହି ଝରକା ପଟେ ସେମିତି ଝୁଲି ରହିଲା। ତା ହାତ ନ ଛାଡିବାକୁ ଯାତ୍ରୀଙ୍କୁ ଚୋରଟି ନିବେଦନ ମଧ୍ୟ କଲା।

ଖାଗଡ଼ିଆ ସହ୍ନୌଲୀର ବାସିନ୍ଦା ସତ୍ୟମ୍ କୁମାର ନିଜ ପରିବାର ସହିତ ବେଗୁସରାଇରୁ ଖାଗଡ଼ିଆ ଯାଉଥିଲେ। ଯାତ୍ରୀବାହୀ ଟ୍ରେନ୍ ସାହେବପୁର କମଲ ଷ୍ଟେସନରେ ଅଟକି ରହିଲା। ଏଥିକି ବେଳେ ଗୋଟେ ଚୋର ଯାତ୍ରୀଙ୍କ ମୋବାଇଲ୍ ଛଡ଼ାଇବା ପାଇଁ ଝରକା ଦେଇ ହାତ ବଢାଇଲା। ଚୋରଟି ଝରକା ଦେଇ ହାତ ରଖି ମୋବାଇଲକୁ ଟାଣିବା ମାତ୍ରେ ଯାତ୍ରୀ ତାକୁ କାବୁ କରିଥିଲେ। ସେତେବେଳେ ଟ୍ରେନଟି ଆରମ୍ଭ ହୋଇଗଲା। ଚୋରଟି ଝରକାରେ ସେମିତି ଝୁଲି ରହିଲା। ପ୍ରାୟ 15 କିଲୋମିଟର ଯାଏଁ ଯାତ୍ରୀମାନେ ଚୋରକୁ ଝରକାରେ ଝୁଲାଇ ରଖିଲେ।  ପରେ ଖାଗଡ଼ିଆ ଷ୍ଟେସନରେ ଯାତ୍ରୀମାନେ ଅଭିଯୁକ୍ତକୁ ଥାନାରେ ହସ୍ତାନ୍ତର କରିଥିଲେ।

Leave A Reply

Your email address will not be published.