Latest Odisha News

ମଡେଲ ସୌମ୍ୟରଞ୍ଜନ ଆତ୍ମହତ୍ୟା ମାମଲା, ଜେରା ହେବେ ସୋନାଲି

ଭୁବନେଶ୍ୱର: ବହୁଚର୍ଚ୍ଚିତ ମଡେଲ୍ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲାରେ ଗୁରୁବାର କ୍ରାଇମବ୍ରାଞ୍ଚ ତାଙ୍କ ବାପା-ମାଆଙ୍କ ବୟାନ ରେକର୍ଡ କରିଛି। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ଏହି ମାମଲାକୁ ନିଜ ହାତକୁ ନେଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଠ ଜଣିଆ ତଦନ୍ତକାରୀ ଟିମ୍ ଗୁରୁବାର ସକାଳେ ତାଙ୍କ ଘରେ ପହଞ୍ଚି ପୁଅ ସୌମ୍ୟାଙ୍କ ଆତ୍ମହତ୍ୟାର କାରଣ ଜାଣିବା ପାଇଁ ପଚରାଉଚରା କରିଥିଲେ। ତଦନ୍ତକାରୀ ଟିମ ଖୁବଶୀଘ୍ର କଣ୍ଠଶିଳ୍ପୀ ସୋନାଲୀ ନନ୍ଦଙ୍କୁ ଜେରା କରିବ ବୋଲି ସୂଚନା ରହିଛି।

ଗତ 2022 ମସିହା ଜାନୁଆରୀ 30 ତାରିଖରେ ସୌମ୍ୟ ଭୁବନେଶ୍ୱର ନନ୍ଦନ ବିହାର ଅଞ୍ଚଳରେ ଥିବା ନିଜ ବାସଭବନରେ ଆତ୍ମହତ୍ୟା କରିଥିଲେ। ସେ ତାଙ୍କ ସୁଇସାଇଡ୍ ନୋଟରେ ତାଙ୍କ ମୃତ୍ୟୁ ପାଇଁ ତାଙ୍କ ପ୍ରେମିକା ସୋନାଲିଙ୍କୁ ଦାୟୀ କରିଛନ୍ତି। ପୁଅର ଆତ୍ମହତ୍ୟା ପାଇଁ ସୋନାଲି ନନ୍ଦଙ୍କୁ ଦାୟୀ କରି ପରିବାର ଲୋକେ ଥାନାରେ ଅଭିଯୋଗ କରିବା ସହ ପରେ ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ୩ ମାସ ଭିତରେ ତଦନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ମୃତକଙ୍କ ରୁମରୁ ଏକ ହାତଲେଖା ନୋଟ୍ ମିଳିଥିଲା, ଯାହାକୁ ସୁଇସାଇଡ୍ ନୋଟ୍ ବୋଲି କୁହାଯାଉଛି। ଚିଠିରେ ସୌମ୍ୟା ସେହି ଯୁବତୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ, ଯାହାଙ୍କ ସହ ସେ ଗତ କିଛି ମାସ ହେବ ପ୍ରେମ ସମ୍ପର୍କରେ ଥିଲେ। ପୁଲିସ 2022 ଏପ୍ରିଲରେ କଣ୍ଠଶିଳ୍ପୀ ସୋନାଲି ନନ୍ଦ ଓ ତାଙ୍କ ମା’ଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଇନଫୋସିଟି ଥାନାରେ ମାମଲା ରୁଜୁ ହୋଇଥିଲା। ମାଆ-ଝିଅଙ୍କ ବିରୋଧରେ ଆଇପିସିର ଧାରା 306 (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା) ଓ 34ରେ ମାମଲା ରୁଜୁ ହୋଇଛି।

 

Comments are closed.