Latest Odisha News

BREAKING NEWS

ମଡର୍ଣ୍ଣ ନାଷ୍ଟ୍ରେଡମସଙ୍କ ଭବିଷ୍ୟବାଣୀ…ଏହି ଟିମ ଜିତିବ ଫିଫା ବିଶ୍ୱକପ

ଦୋହା: କାତାରରେ ଚାଲିଥିବା ଫିଫା ବିଶ୍ୱକପ ଧିରେ ଧିରେ ତାର ରୋମାଂଚ ଭରିବା ଆରମ୍ଭ କରିଦେଇଛି । ଏପରିକି ଗ୍ରୁପ ପର୍ଯ୍ୟାୟରେ ସାଉଦି ଆରବ ୨-୧ ଗୋଲରେ ଆର୍ଜେଂଟିନା ହରାଇ ଦେଇ ବିପର୍ଯ୍ୟୟ ସୃଷ୍ଟି କରିଛି । ତେବେ ଇତି ମଧ୍ୟରେ ମଡର୍ଣ୍ଣ ନାଷ୍ଟ୍ରେଡମସ ଭାବେ ପରିଚିତ ଏଥୋସ ସେଲୋମ ୨୦୨୨ ଫିଫା ବିଶ୍ୱକପ କେଉଁ ଟିମ ଜିତିବ ତାର ଭବିଷ୍ୟବାଣୀ କରି ଦେଇଛନ୍ତି । ପୂର୍ବରୁ ବ୍ରାଜିଲର ସେଲୋମ ରାଣୀ ଏଲିଜାବେଥଙ୍କ ମୃତ୍ୟୁ, ରୁଷ-ୟୁକ୍ରେନ ଯୁଦ୍ଧ, କରୋନା ମହାମାରୀ ନେଇ ସଠିକ ଭବିଷ୍ୟବାଣୀ କରିଛନ୍ତି । ଫିଫା ବିଶ୍ୱକପ ନେଇ ତାଙ୍କୁ ପଚରାଯିବାରୁ ସେ ପ୍ରଥମେ ନୀରବ ରହିଥିଲେ ପରେ ୫ଟି ଟିମ ମଧ୍ୟରୁ ଜଣେ ଫାଇନାଲକୁ ଯିବ ବୋଲି କହିଥିଲେ । ଏହି ୫ଟି ଟିମ ହେଲା ଆର୍ଜେଂଟିନା, ବ୍ରାଜିଲ, ଫ୍ରାନ୍ସ, ବେଲଜିୟମ ଓ ଇଂଲଣ୍ଡ ।

ଶେଷରେ ଲିଓନେଲ ମେସିଙ୍କ ଟିମ ଏବଂ କାୟଲିନ ଏମବାପେ ଟିମ ମଧ୍ୟରେ ଫାଇନାଲ ହେବ ବୋଲି କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ବିଶ୍ୱକପ ଅବସରରେ କରୋନା ମହାମାରୀ ପ୍ରକୋପ ବଢ଼ିବ । ଫଳରେ ଏହାର କାର୍ଯ୍ୟସୂଚୀରେ କିଛିଟା ସଂଶୋଧନ କରାଯାଇପାରେ ବୋଲି ସେ ଭବିଷ୍ୟବାଣୀ କରିଛନ୍ତ । ଆର୍ଜେଂଟିନା ପ୍ରଥମ ମ୍ୟାଚରେ ହାରିଥିବାରୁ କିପରି ନକଆଉଟକୁ ଉନ୍ନୀତ ହେବ ଏବଂ ଟାଇଟଲ ଦୌଡରେ ସାମିଲ ହେବ ସେଥିନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିଛି ।

Leave A Reply

Your email address will not be published.