Latest Odisha News

ଜୁଆ,ଋଣର ପ୍ରଲୋଭନ ଦେଖାଉଥିବା ଚାଇନୀଜ ଆପକୁ ବ୍ୟାନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚୀନ ସହିତ ଜଡିତ ଥିବା ୨୩୨ ମୋବାଇଲ ଆପକୁ ବ୍ୟାନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ୧୩୩ ଆପ ଅନଲାଇନ ସଟ୍ଟା ଏବଂ ୯୪ ଆପ ଋଣ ପ୍ରଦାନ କରିଥାଏ । ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫର୍ମମେଶନ ଟେକ୍ନୋଲୋଜି ମିନିଷ୍ଟ୍ରି ଗତ ସପ୍ତାହରେ ଏହି ଆପଗୁଡିକୁ ବ୍ୟାନ କରିବା ପାଇଁ ପ୍ରସ୍ତାବ ଦେଇଥିଲା । ଲୋନ ଏବଂ ଜୁଆ ଖେଳାଇବା ନିଶାରେ ଫସେଇବା ପରେ ଏହି ଆପଗୁଡିକ ବ୍ଲାକମେଲିଂ କରିବା ଆରମ୍ଭ କରିଥାନ୍ତି । ଯେଉଁମାନେ ଲୋନ ଶୁଝି ନ ପାରନ୍ତି ସେମାନଙ୍କୁ ଖରାପ ମେସେଜ ପଠାଇବା ସହ ଫଟୋକୁ ବଦଳାଇ ଭାଇରାଲ କରାଇବା ଧମକ ଦେଉଥିଲେ ।

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର କେତେକ ବ୍ୟକ୍ତି ଏଥିନେଇ ଆତ୍ମହତ୍ୟା କରିଥିବା ଘଟଣା ସମ୍ମୁଖକୁ ଆସିବା ପରେ ସରକାର ସତର୍କ ହୋଇ ଉଠିଛନ୍ତି । ପୂର୍ବରୁ ଭାରତ ସରକାର ସୁରକ୍ଷା ଦୃଷ୍ଟି କୋଣରୁ ଅନେକଗୁଡିଏ ଚୀନ ଆପ ବ୍ୟାନ କରି ସାରିଛନ୍ତି ।

Leave A Reply

Your email address will not be published.