Latest Odisha News

ଟିମ ଇଣ୍ଡିଆ କୋଚ ପାଇଁ ଆବେଦନ କରିଛନ୍ତି ମୋଦି, ସଚିନ, ଅମିତ ଶାହଙ୍କ ପରି ଫର୍ଜି ନାମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୂଖ୍ୟ କୋଚ ପାଇଁ ବିିସିସିଆଇ ଆବେଦନ ଆହ୍ୱାନ କରିଛି । ଆବେଦନ କରିବା ଶେଷ ତାରିଖ ସମାପ୍ତ ହୋଇଛି । ତେବେ ଆଶ୍ଚର୍ଯ୍ୟଜନକ ଭାବେ ନରେନ୍ଦ୍ର ମୋଦି, ସଚିନ ତେନ୍ଦୁଲକର ଓ ଅମିତ ଶାହଙ୍କ ପରି ବ୍ୟକ୍ତିତ୍ୱଙ୍କ ନାମ ଥିବା ଫର୍ଜି ଆବେଦନ ଦାଖଲ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁସାରେ ସଚିନ, ଧୋନୀ, ହରଭଜନ ଓ ସେହ୍ୱାଗଙ୍କ ପରି ପୂର୍ବ କ୍ରିକେଟରଙ୍କ ନାମରେ ଆବେଦନ କରାଯାଇଛି । ବିସିସିଆଇ ଗୁଗଲ ଫର୍ମ ମାଧ୍ୟମରେ ଆବେଦନ ଆମନ୍ତ୍ରିତ କରିଥିଲା । ଗୋଟିଏ ଶିଟରେ ଆବେଦକଙ୍କ ନାମକୁ ଯାଂଚ କରିବା ସହଜ ହେବ ବୋଲି ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା ।

ଏବେ ଏହା ବିସିସିଆଇ ପାଇଁ ମୁଣ୍ଡ ବ୍ୟାଥାର କାରଣ ସାଜିଛି । ସମସ୍ତ ଯାଂଚ ସରିବା ପରେ ବିସିସିଆଇ ଶର୍ଟଲିଷ୍ଟ ଆବେଦନକାରୀଙ୍କ ନାମ ଘୋଷଣା କରିବ । ଆବେଦନକାରୀଙ୍କୁ ନେଇ ଏ ପର୍ଯ୍ୟନ୍ତ ସଠିତ ତଥ୍ୟ ହସ୍ତଗତ ହୋଇ ନାହିଁ । କୋଚ ଦୌଡରେ ଗୌତମ ଗମ୍ଭୀର ଆଗରେ ଥିବା ଜଣାପଡିଛି ।

Comments are closed.