Latest Odisha News

BREAKING NEWS

ଚୀନ ଉପରେ ନାଁ ନନେଇ ବର୍ଷିଲେ ମୋଦି

ଲେହରେ ଯବାନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସେମାନଙ୍କ ମନୋବଳ ବଢାଇଛନ୍ତି । ତାସହ ନାଁ ନେଇ ପରୋକ୍ଷରେ ଚୀନ ଉପରେ ନିର୍ଧୁମ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ବିସ୍ତାରବାଦ ଯୁଗର ଅନ୍ତ ହୋଇ ସାରିଛି । ଏବେ ବିକାଶବାଦର ଜମାନା । ବର୍ତ୍ତମାନ ବଦଳୁଥିବା ପରିସ୍ଥିତିରେ ବିକାଶବାଦ ହିଁ ପ୍ରାସଙ୍ଗିକତା ଅଟେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହାସହ ମୋଦି କହିଛନ୍ତି ବିଗତ ଶତାବ୍ଦୀରେ ବିସ୍ତାରବାଦ ହିଁ ମାନବ ଜାତିର ବିନାଶ କରିଛି । ଯଦି କାହା ମନରେ କେବଳ ବିସ୍ତାରବାଦ ଜିଦ ଘର କରେ ତେବେ ସେ ସବୁବେଳେ ବିଶ୍ୱ ଶାନ୍ତି ପ୍ରତି ହାନୀକାରକ ।

Leave A Reply

Your email address will not be published.