Latest Odisha News

BREAKING NEWS

‘ଜନତା କର୍ଫ୍ୟୁ’ ପାଇଁ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ମାରାତ୍ମକ ଭୂତାଣୁ କରୋନା ବିରୋଧରେ ଆଜି ପୂରା ଦେଶବାସୀ ଏକାଠି ହୋଇଛନ୍ତି । ସମସ୍ତେ ମିଶି ଜନତା କର୍ଫ୍ୟୁକୁ ସମର୍ଥନ କରିଛନ୍ତି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମୋଦୀ ଟ୍ୱିଟ୍ କରି ଦେଶବାସୀଙ୍କୁ ସମର୍ଥନକୁ ଧନ୍ୟବାଦ ଜଣାଇବା ସହ କରୋନ ବିରୋଧରେ ଲଢେ଼ଇ ଜାରି ରହିବ ବୋଲି ସେ ଆହ୍ୱାନ ଦେଇଛନ୍ତି । ଏଥିସହ ସେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଏହି ଭିଡିଓରେ ରାସ୍ତାଘାଟ କିଭଳି ଶୁନଶାନ ହୋଇପଡିଛି ତାହା କହିଛନ୍ତି ।
ମୋଦୀ ଆହୁରି କହିଛନ୍ତି ଯେ, ଆଜି ଅନେକ ଲୋକେ ଘରୁ ବାହାରକୁ ବାହାରିନାହାନ୍ତି । ନିଜ ଘରେ ରହି ପରିବାର ସହ ଭଲ ସମୟ ବିତାଇଛନ୍ତି । ସେମାନଙ୍କୁ ମୋଦୀ ଧନ୍ୟବାଦ ଜଣାଇଛନ୍ତି ।

Comments are closed.