Latest Odisha News

BREAKING NEWS

ଗୁରୁବାର ୨ୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦୀ

ନୂଆଦିଲ୍ଲୀ : ଦେଶରେ ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ବିପୁଳ ବିଜୟ ହାସଲ କରିବାପରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ମେ’ ୩୦ ତାରିଖରେ ଲଗାତର ୨ୟଥର ଲାଗି ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

ପ୍ରାପ୍ତ ସୂଚନାଯାୟୀ ମେ’ ୩୦ ତାରିଖ (ଗୁରୁବାର) ଦିନ ରାଷ୍ଟ୍ରପତି ଭବନରେ ପାଖାପାଖି ସନ୍ଧ୍ୟା ୭ଟାରେ କେନ୍ଦ୍ରୀୟ ମନ୍ତ୍ରୀ ପରିଷଦ ତଥା ଅନ୍ୟ ସଦସ୍ୟମାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ।

ଉଲ୍ଲେଖଯୋଗ୍ୟ, ଚଳିତ ନିର୍ବାଚନରେ ୫୪୩ଟି ଲୋକସଭା ଆସନରୁ ବିଜେପି ୩୦୨ଟି ସିଟ୍ ଅକ୍ତିଆର କରିବା ସହ ବହୁମତରେ ବିଜୟ ଲାଭ କରିଛି ।

Leave A Reply

Your email address will not be published.