Latest Odisha News

ଟ୍ୱିଟ୍ କରିବାରେ ମୋଦୀ ଦେଶର ୧ ନଂ ରାଜନେତା, ଦ୍ୱିତୀୟ ସ୍ଥାନରେ ନବୀନ

ନୂଆଦିଲ୍ଲୀ: ଟ୍ୱିଟ୍ କରି ଦେଶର ସମସ୍ତ ମୁଖ୍ୟ ରାଜନୀତିଜ୍ଞମାନଙ୍କ ମଧ୍ୟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧ମ ସ୍ଥାନରେ ଅଛନ୍ତି, ଗଣମାଧ୍ୟମ ସଂସ୍ଥା ଇଣ୍ଡିଆଟୁଡ଼େ ପକ୍ଷରୁ ଏହାର ଡ଼ାଟା ଇଣ୍ଟେଲିଜେନ୍ସ ୟୁନିଟ୍ ତରଫରୁ ଏକ ସର୍ଭେ ରିପୋର୍ଟରେ ପ୍ରକାଶିତ ହୋଇଛି । ତେବେ ତୃତୀୟ ସ୍ଥାନରେ ରହିଛନ୍ତି, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ।

ଏହି ମାର୍ଚ୍ଚ ମାସରେ ସର୍ବେକ୍ଷଣ କରାଯାଇଥିବା ବେଳେ ଏହାର ରିପୋର୍ଟ୍ ଅନୁଯାୟୀ, ଏହି ମାସରେ ମୋଦୀ ୬୫୪ ଟି ଟ୍ୱିଟ୍ କରିଥିବା ବେଳେ ନବୀନ ୪୨୫ ଥର ଏବଂ ନାଇଡୁ ୪୧୩ଟି ଟ୍ୱିଟ୍ କରିଛନ୍ତି । ଅବଶ୍ୟ ରି-ଟ୍ୱିଟ୍ କୁ ଏହି ସର୍ଭେରୁ ବାଦ ଦିଆଯାଇଛି ।

ତେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ୪୦୭ଟି ଟ୍ୱିଟ୍ କରି ୪ର୍ଥ ସ୍ଥାନରେ ରହିଥିବା ବେଳେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୮୫ଟି ଟ୍ୱିଟ୍ କରି ୫ମ ସ୍ଥାନରେ ରହିଛନ୍ତି । ସେହିପରି ସିପିଏମ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ୨୬୪ଟି ଟ୍ୱିଟ୍ କରି ୬ଷ୍ଠ ସ୍ଥାନ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୮୭ଟି ଟ୍ୱିଟ୍ କରି ବହୁତ ତଳେ ଅର୍ଥାତ୍ ୧୦ମ ସ୍ଥାନ ହାସଲ କରିପାରିଛନ୍ତି ।

Comments are closed.