Latest Odisha News

ହଠାତ ଅବସର ଘୋଷଣା କଲେ ମୋଇନ ଅଲୀ

ଲଣ୍ଡନ: ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ମୋଇନ ଅଲୀ ହଠାତ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ବିଶିଷ୍ଟ ସିରିଜ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇ ନ ଥିବାରୁ ସେ ମନ ଦୁଃଖରେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଟି୨୦ ବିଶ୍ୱକପ ସେମିଫାଇନାଲରେ ସେ ଶେଷ ଥର ଭାରତ ବିପକ୍ଷରେ ଖେଳିଥିଲେ । ଟିମଇଣ୍ଡିଆ ଏହି ମ୍ୟାଚରେ ଇଂଲଣ୍ଡକୁ ପରାସ୍ତ କରିଥିଲା । ୩୭ ବର୍ଷରେ ଅବସର ନେବା ମୋ ପାଇଁ ଉପଯୁକ୍ତ ସମୟ ବୋଲି ସେ କହିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ମୋcତେ ଚୟନ କରାଯାଇ ନାହିଁ ।

ଯୁବ ଖେଳାଳିଙ୍କ ୁ ସୁଯୋଗ ଦେବା ପାଇଁ ମୋତେ ଓହରିଯିବାକୁ ବୁଝା ଯାଇଥିଲା ବୋଲି ସେ କହିଛନ୍ତି । ୨୦୧୪ରେ ସେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସେ ଇଂଲଣ୍ଡ ପକ୍ଷରୁ ୬୮ ଟେଷ୍ଟ, ୧୩୮ ଦିନିକିଆ ଓ ୯୨ ଟି୨୦ ମ୍ୟାଚ ଖେଳିଛନ୍ତି । ସେ ଓଭରାଲ ୩୬୬ ୱିକେଟ ଓ ୬୬୭ ୮ ରନ ସଂଗ୍ରହ କରିଛନ୍ତି । ୨୦୨୨ ଟି୨୦ ବିଶ୍ୱକପ ଜିତିଥିବା ଇଂଲଣ୍ଡ ଟିମର ସେ ସଦସ୍ୟ ଥିଲେ ।

Comments are closed.