Latest Odisha News

BREAKING NEWS

ସଲମାନଖାନଙ୍କୁ ହତ୍ୟା କରିବା ପାଇଁ ସୁପାରିସ୍‌ 

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ୍ ଖାନଙ୍କୁ ହତ୍ୟା କରିବା ପାଇଁ ନାବାଳକକୁ ସୁପାରୀ ଦେଇଥିଲା ଲରେନ୍ସ । ପଞ୍ଜାବ ମୋହଲିର ପୁଲିସ୍‌ ମୁଖ୍ୟ କାର୍ଯ୍ୟାଳୟରେ ମେ ୯ ତାରିଖରେ ହୋଇଥିବା ଆର୍‌ପିଜି ଆକ୍ରମଣରେ ଜଣେ ନାବାଳକ ମାଷ୍ଟର୍‌ମାଇଣ୍ଡ୍‌କୁ ଫୈଜାବାଦ୍‌ରୁ ଧରାଯାଇଛି। ଅଭିନେତା ସଲ୍‌ମାନ ଖାନ୍‌ଙ୍କୁ ମାରିବା ପାଇଁ ଲରେନ୍ସ ବିଷ୍ଣୋଇ ଏହି ନାବାଳକକୁ ସୁପାରୀ ଦେଇଥିଲା। ସଲମାନ୍ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଉଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ମାମଲାର ତଦନ୍ତ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସଲମାନଙ୍କୁ ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ‘ପ୍ଲାନ-ବି’ର ନେତୃତ୍ୱ ନେଉଥିଲେ।ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସୁଟର କପିଲ ପଣ୍ଡିତକୁ ଦିଲ୍ଲୀ ସ୍ପେଶାଲ ସେଲ ଓ ପଞ୍ଜାବ ପୁଲିସର ମିଳିତ ଅପରେସନରେ ଭାରତ-ନେପାଳ ସୀମାରୁ ଗିରଫ କରାଯାଇଥିଲା। ପୂର୍ବରୁ କପିଲ ପଣ୍ଡିତ, ସନ୍ତୋଷ ଯାଦବ, ସଚିନ ବିଷ୍ଣୋଇ ଥାପନ ମୁମ୍ବାଇର ୱେଜ ଅଞ୍ଚଳରେ ପାନଭେଲରେ ଏକ ଭଡା ଘରେ ରହିବାକୁ ଆସିଥିଲେ । ତଦନ୍ତରୁ ଜଣାପଡ଼ିଥିଲା ଯେ ସୁପରଷ୍ଟାର ସଲମାନ ଖାନଙ୍କ ପାନଭେଲରେ ଏକ ଫାର୍ମ ହାଉସ୍ ଅଛି।

ସେହି ଫାର୍ମ ହାଉସକୁ ଯିବା ବାଟରେ ଲରେନ୍ସର ସୁଟରମାନେ ସେଠି ପାଖାପାଖି ଦେଢ ମାସ ଜଗି ରହିଥିଲେ । ଲରେନ୍ସର ସୁଟରମାନେ ସେହି କୋଠରିରେ ସଲମାନଙ୍କୁ ଆକ୍ରମଣ କରିବା ପାଇଁ ପିସ୍ତଲ କାର୍ଟ୍ରିଜ୍ ମଧ୍ୟ ରଖିଥିଲେ । ସଲମାନ ଖାନ ‘ହିଟ୍ ଆଣ୍ଡ ରନ୍’ ମାମଲାରେ ଛନ୍ଦି ହେବାପରେ କାର କମ୍ ସ୍ପିଡ୍ରେ ଚାଲୁଥିବା କଥା ସୁଟରମାନେ ଜାଣିଥିଲେ । ଏହା ସହ, ଯେତେବେଳେ ସଲମାନ ଖାନ ପାନଭେଲର ଫାର୍ମ ହାଉସକୁ ଆସନ୍ତି, ଅଧିକାଂଶ ସମୟରେ ତାଙ୍କ ପିଏସଓ ଶେରା ତାଙ୍କ ନିକଟରେ ଉପସ୍ଥିତ ଥାଏ । କେବଳ ଏତିକି ନୁହେଁ, ସୁଟରମାନେ ସଲମାନ ଖାନଙ୍କ ପାନଭେଲ ଫାର୍ମ ହାଉସକୁ ଯିବା ରାସ୍ତାରେ ଏକ ପ୍ରକାରର ଅଭ୍ୟାସ ମଧ୍ୟ କରିଥିଲେ ।

 

Leave A Reply

Your email address will not be published.