Latest Odisha News

ମଂଜ୍ରେକରଙ୍କ ଉପରେ ରାଗିଗଲେ ସାମୀ

ମୁମ୍ବାଇ: ପୂର୍ବ କ୍ରିକେଟର ସଞ୍ଜୟ ମଂଜ୍ରେକରଙ୍କ ଉପରେ ମହମ୍ମଦ ସାମୀ ରାଗି ଯାଇଛନ୍ତି । ସେ ମଂଜ୍ରେକରଙ୍କୁ ନେଇ ଇନଷ୍ଟାଗ୍ରାମରେ ଶେୟାର କରିଥିବା ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ଆଇପିଏଲ ମେଗା ନିଲାମ ପୂର୍ବରୁ ମଂଜ୍ରେକର କହିଥିଲେ, ଫ୍ରାଂଚାଇଜମାନେ ଏଥର ମୋଟା ଅର୍ଥରେ ସାମୀଙ୍କୁ ନେଇ ନ ପାରନ୍ତି । ଏପରିକି ସେ ୬.୨୫ କୋଟିରୁ କମ ଟଙ୍କା ପାଇପାରନ୍ତି ବୋଲି କହିଥିଲେ । ଯାହାକୁ ନେଇ ସାମୀ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ସେ ଇନଷ୍ଟାଗ୍ରାମରେ ସମାଲୋଚନା କରି ଲେଖିଛନ୍ତି ଯେ, ବାବାଙ୍କର ଜୟ ହେଉ । କିଛି ଜ୍ଞାନ ଭବିଷ୍ୟତ ପାଇଁ ଆପଣମଧ୍ୟ ସାଇତି ରଖନ୍ତୁ । ଯଦି ଅନ୍ୟ କାହାକୁ ଭବିଷ୍ୟ ସମ୍ପର୍କରେ କିଛି ଜାଣିବାକୁ ଅଛି ତେବେ ସାରଙ୍କ ସହିତ ସାକ୍ଷାତ କରନ୍ତୁ ।

କ୍ରମାଗତ ଭାବେ ଆଘାତପ୍ରାପ୍ତ ହେବା ଏବଂ ସିଜନ ସମୟରେ ବ୍ରେକଡାଉନ ଯୋଗୁ ଫ୍ରାଂଚାଇଜ ନିଶ୍ଚିତ ଭାବେ ଚିନ୍ତାରେ ରହିବେ । ଯାହା ଫଳରେ ତାଙ୍କୁ ନେବା ପାଇଁ ପଛଘୁଂଚା ଦେବେ ବୋଲି ମଂଜ୍ରେକର କହିଥିଲେ । ସାମୀ ୨୦୨୫ ମେଗା ନିଲାମ ପାଇଁ ୨ କୋଟି ବେସ ପ୍ରାଇସରେ ନିଜକୁ ରେଜିଷ୍ଟର କରିଛନ୍ତି । ୨୦୨୨ରେ ଗୁଜରାଟ ଟାଇଟାନ୍ସ ତାଙ୍କୁ ୬.୨୫ କୋଟିରେ କ୍ରୟ କରିଥିଲା । ୨୦୨୩ ସିଜନରେ ସାମୀ ୧୭ ଇନିଂସରେ ୮.୦୪ ଇକୋନୋମୀରେ ୨୮ ୱିକେଟ ଅକ୍ତିଆର କରିଥିଲେ । ସେ ପର୍ପଲ କପ ମଧ୍ୟ ଜିତିଥିଲେ ।

Leave A Reply

Your email address will not be published.